ବିଜୁ ଜନତା ଦଳ ହାରିନାହିଁ; ହରେଇ ଦିଆଯାଇଛି..!

👇खबर सुनने के लिए प्ले बटन दबाएं

ବିଜୁ ଜନତା ଦଳ ହାରିନାହିଁ; ହରେଇ ଦିଆଯାଇଛି..!

ଭୁବନେଶ୍ୱର,K7khabar: ବିଜୁ ଜନତା ଦଳ ହାରିନାହିଁ; ଦଳକୁ ହରେଇ ଦିଆଯାଇଛି! କଥାଟା କାହିଁକି ମନକୁ ଟିକେ ଖଟକା ଲାଗୁଛି। କିନ୍ତୁ ଏହି କଥାଟା ଆମେ କହୁନୁ। କିଛି ଦଳ ପ୍ରେମୀ ଏବଂ କିଛି ସାଧାରଣ ଲୋକ ଏହା ଆଶଙ୍କା କରି ଚର୍ଚ୍ଚା କରୁଛନ୍ତି। ଆଉ ସେହି ମନର ଆଶଙ୍କାଟା କେତେକାଂଶରେ ଠିକ୍ ହୋଇଥାଇ ପାରେ ବୋଲି ଲାଗୁଛି ମଧ୍ୟ। କାରଣ ଇଲେକ୍ସନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶାରେ ସରକାର ଗଠନ କରିବା ଏବଂ ୨୧ ଟା ଯାକ ଲୋକସଭା ସିଟକୁ ବିଜେପି ଅକ୍ତିଆର କରିବାର ଯେଉଁ ଦମ୍ଭକ୍ତି; ତାହା କେଉଁଠି ନା କେଉଁଠି ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦୀର୍ଘ ୨୪ ବର୍ଷ ଧରି ପୂର୍ଣ୍ଣ ବହୁମତରେ ଜିତି, ସରକାର ଗଢ଼ି, ରାଜ୍ୟରେ ଶାସନ କରି ଆସୁଥିବା ଦଳର ହଠାତ ଏଭଳି ଶୋଚନୀୟ ଅବସ୍ଥା ହେବାଟା ସହଜରେ ଗ୍ରହଣୀୟ ନୁହେଁ। ରାଜ୍ୟରେ ବିଜେଡି ଗୋଟିଏ ବି ଲୋକସଭା ସିଟ ଅକ୍ତିଆର ନକରି ପାରିବାଟା ଆଶ୍ଚର୍ଯ୍ୟ ଜନକ। ଅନେକ ସାଧାରଣ ଲୋକ, ବହୁ ବିଜେଡି ପ୍ରେମୀ ବା ସମର୍ଥକ, କିଛି ରାଜନେତା, କିଛି ବୁଦ୍ଧିଜୀବୀ ଓ କିଛି ରାଜନୈତିକ ସମୀକ୍ଷକ; ଓଡ଼ିଶାରେ ବିଜେଡିର ଏବଂ କଣ୍ଟାବାଞ୍ଝିରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଏଭଳି ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କି ହଜମ ମଧ୍ୟ କରିପାରୁ ନାହାନ୍ତି। ହଠାତ କଣ ରାଜ୍ୟ ବାସୀଙ୍କର ମନ ଏତେ ମାତ୍ରାରେ ପରିବର୍ତ୍ତନ ହେଇଗଲା ? ଏହିଭଳି ସମସ୍ତଙ୍କ ମନରେ କିଛିନା କିଛି ଦ୍ଵନ୍ଦ ରହିଛି। କାହାର ଇଭିଏମ ଉପରେ ଡାଉଟ ତ ଆଉ କାହାର ପାଣ୍ଡିଆନ ଓ ବବି ଦାସ ଉପରେ ଡାଉଟ। ଏହିସବୁ ଉପରେ ସାଧାରଣରେ ଡାଉଟ ହେବାଟା ସ୍ବଭାବିକ କଥା। କାରଣ ଦଳୀୟ କିଛି କର୍ମୀଙ୍କ ପାଖରୁ ଶୁଣିବାକୁ ମିଳୁଥିଲା କି ବବି ଦାସ, ଭି କେ ପାଣ୍ଡିଆନ ଏବଂ ତାଙ୍କର କିଛି ସହଯୋଗୀ ମିଶି ବିଗତ ଦୁଇ ତିନି ବର୍ଷ ହେବ ଭିତରେ ଭିତରେ ବହୁ ବଡ଼ ଷଡ଼ଯନ୍ତ୍ର ଚଳେଇ ଥିଲେ। ଯାହାର ପରିଣାମ ଆଜି ଓଲଟା ହୋଇଗଲା।

କିଛି ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କର କହିବା କଥା ହେଲା; ବବି ଦାସ ସଙ୍ଗଠନ ସମ୍ପାଦକ ହେଲା ପରେ ଦଳରେ ଯେଉଁଭଳି ପାଦୁର୍ଭାବ ଦେଖାଉ ଥିଲେ ତାହା ହଠାତ ନିର୍ବାଚନର ବର୍ଷେ ପୂର୍ବରୁ କମିଗଲା। କାରଣ ବବି ଦାସ; ନବୀନଙ୍କ ପାଖରେ ନୁହେଁ ପାଣ୍ଡିଆନଙ୍କର ପାଖରେ କ୍ରୀତଦାସ ହୋଇଗଲେ। ବବି ଓ ପାଣ୍ଡିଆନଙ୍କ ମଧ୍ୟରେ ଏକ ଗୁପ୍ତ ବୁଝାମଣା ହୋଇଥିଲା ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ବୁଝାମଣାରେ ବିଜେପି ସହ ହାତ ମିଶାଇ ନୂଆ ଦଳ ଗଠନ କରବା, ଦଳର ମୁଖିଆ ଖୋଦ ନିଜେ ପାଣ୍ଡିଆନ ଏବଂ ଉପ ମୁଖିଆ ବବି ରହିବା, ଯେଉଁ ନେତା ସେମାନଙ୍କ ଇସାରାରେ ନାଚିବେ; ସେମାନଙ୍କୁ ଦଳରେ ରଖି ଅନ୍ୟମାନଙ୍କୁ ସାଇଡ କରିବା ଭଳି ଏମିତି ଅନେକ ପ୍ଲାନିଂ ହୋଇଥିଲା। କିନ୍ତୁ ଏସବୁ ଭିତରେ ବବିଙ୍କୁ ସାଇଡ କରି ପାଣ୍ଡିଆନ ନିଜ ମନ ଭିତରେ ରଚୁଥିଲେ କିଛି ଅଲଗା। ତାହା ବିଜେପିର କିଛି କେନ୍ଦ୍ରୀୟ ନେତାଙ୍କ ଡରରେ ହେଉ ବା ଅନ୍ୟକିଛି। ଏଠାରେ ମନକୁ ଗୋଟିଏ ପ୍ରଶ୍ନ ଆସୁଛି; ପାଣ୍ଡିଆନ ଚାହୁଁଥିଲେ କି ବିଜେଡି ହାରୁ ଓ ବିଜେପି ଶାସନକୁ ଆସୁ ବୋଲି ? କାରଣ ଇଲେକ୍ସନ କ୍ୟାମ୍ପନିଂ ସମୟରେ ଦଳର କୌଣସି ବଡ଼ ନେତାଙ୍କୁ ଷ୍ଟେଜ ଉପରକୁ ଆଲାଓ ନକରିବା, ଟିକେଟ ବଣ୍ଟାରେ ଏପଟ ସେପଟ କରିବା ହେଉଛି ଏହାର ଏକ ବଡ଼ ଉଦାହରଣ।

ବର୍ତ୍ତମାନ ଲୋକଙ୍କ ମନ ଭିତରେ ଅନେକ ପ୍ରଶ୍ନ…

ଟିକେଟ ବଣ୍ଟା ପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ ଗଠବନ୍ଧନ ହେବାର ଚର୍ଚ୍ଚା ପାଣ୍ଡିଆନଙ୍କ ଚାଲ ଥିଲା କି ?

ସ୍ଥାନୀୟ ବିଜେପି ନେତା ଗଠବନ୍ଧନରେ ରାଜି ନହେବାରୁ ପାଣ୍ଡିଆନ ଦିଲ୍ଲୀ ଯାଇ କେନ୍ଦ୍ର ବରିଷ୍ଠ ନେତାଙ୍କ ସହ କିଛି ଅଲଗା ପ୍ଲାନ କରିଥିଲେ କି ?

ପାଣ୍ଡିଆନ ଓ ତାଙ୍କ ସହଯୋଗୀ କେନ୍ଦ୍ର ବିଜେପି ବରିଷ୍ଠ ନେତାଙ୍କ ସହ ମିଶି ଇଭିଏମ ଟାମ୍ପରିଙ୍ଗ ପ୍ଲାନ କରିଥିଲେ କି ?

ଇଭିଏମ ଟାମ୍ପରିଙ୍ଗ ଦ୍ଵାରା ହେଉ ବା ଅନ୍ୟ କୌଣସି ନିଜସ୍ୱ ମାଧ୍ୟମରେ ସମସ୍ତ ଲୋକସଭା ଆସନ ବିଜେପି ହାତକୁ ଦେଇ ବିଧାନସଭା ଆସନକୁ ଅଧା ଅଧା କରି ମିଳିତ ସରକାର ଗଢ଼ିବା ପ୍ଲାନ ଥିଲା କି ?

ପଣ୍ଡିଆନ କିଛି ନେତାଙ୍କୁ ସାଇଡ କରିବା ପାଇଁ ଜାଣିଶୁଣି ଟିକେଟ ଏପଟ ସେପଟ କରି ହରେଇବା ପ୍ଲାନିଂ କରିଥିଲେ କି ?

ଏହିପରି ଅନେକ ପ୍ରଶ୍ନ ବର୍ତ୍ତମାନ ଅଧିକାଂଶଙ୍କ ମନରେ ଉଙ୍କି ମାରୁଛି। ତେଣୁ ବିଜୁ ଜନତା ଦଳର ଅନେକ ନେତା, କର୍ମୀ ଏବଂ ଅନେକ ଭୋଟର କହୁଛନ୍ତି କି; ବିଜୁ ଜନତା ଦଳ ହାରିନାହିଁ, ଦଳକୁ ହରେଇ ଦିିିଯାଇଛି।

କ୍ରମଶଃ…

Leave a Comment

  • Digital Griot