ରାଜ୍ୟରେ ମଙ୍କିପକ୍ସ୍ ଭାଇରସକୁ ନେଇ ଆଲର୍ଟ ଜାରି…

👇खबर सुनने के लिए प्ले बटन दबाएं

ରାଜ୍ୟରେ ମଙ୍କିପକ୍ସ୍ ଭାଇରସକୁ ନେଇ ଆଲର୍ଟ ଜାରି…

ଭୁବନେଶ୍ୱର,K7Khabar: ରାଜ୍ୟରେ ମଙ୍କିପକ୍ସ୍ ଭାଇରସର ଆଶଙ୍କାକୁ ନେଇ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏହି ଭାଇରସର ଆଶଙ୍କାକୁ ଦୁରେଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାକୁ ଆଲର୍ଟ ରହିବା ପାଇଁ ଆଡ଼ଭାଇଜରି ଜାରି କରାଯିବା ସହ ଏଆରପୋର୍ଟ, ରେଲୱେ ଷ୍ଟେସନ, ସିପୋର୍ଟ ଇତ୍ୟାଦି ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ଆଲର୍ଟ ରହିବା ଉଦ୍ଧେଶ୍ୟରେ ଆଡ଼ଭାଇଜରି ଜାରି କରାଯାଇଛି।

ଗତ ଦୁଇବର୍ଷ ପୂର୍ବରୁ ସାରା ଭାରତରେ କରୋନା ଭାଇରସ କାୟା ବିସ୍ତାର କରିଥିଲା। ଯାହାକୁ ଲୋକେ ଆଜିପର୍ଯ୍ୟନ୍ତ ଭୁଲି ପାରିନଥିବା ବେଳେ, ବର୍ତ୍ତମାନ ପୁଣି ଥରେ କରୋନା ଭାଇରସର ଏକ ନୂଆ ଭାରିଆଣ୍ଟ ସହ ମଙ୍କିପକ୍ସ୍ ଭାଇରସ ଧୀରେ ଧୀରେ ଭାରତରେ କାୟା ବିସ୍ତାର କରିବା ଆରମ୍ଭ କରିଲାଣି। ବିଶ୍ଵ ସ୍ୟାସ୍ଥ୍ୟ ସଙ୍ଗଠନ ପୂର୍ବରୁ ଏହି ଭାଇରସକୁ ନେଇ ସମସ୍ତ ଦେଶ ପାଇଁ ଆଡ଼ଭାଇଜରି ଜାରି କରିବା ପରେ ଭାରତ ସରକାର ମଧ୍ୟ ଏହା ଉପରେ ଏକ ଆଡ଼ଭାଇଜରି ଜାରି କରିଥିଲେ। ଦେଶରେ ପୁନର୍ବାର ଗତ ଦୁଇବର୍ଷ ତଳର ଅବସ୍ଥା ନ ଉପୁଜିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଉଛି।

କରୋନାର କରାଳ ଦାଉରୁ ଭାରତର ଲୋକେ ନିଜକୁ ବଞ୍ଚାଇ; ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଗୋଡ଼ରେ ନିଜେ ଠିକ ଭାବେ ଠିଆ ହୋଇ ପାରିନାହାନ୍ତି। ଲୋକଙ୍କ ସ୍ଥିତି ଧୀରେ ଧୀରେ ସୁଧୁରୁ ଥିବା ସମୟରେ ପୁନର୍ବାର ଯଦି ଏହି ମଙ୍କିପକ୍ସ୍ ଓ କରୋନା ଭାଇରସ ଦେଶରେ ତାଣ୍ଡବ ରଚନ୍ତି; ତେବେ ଭାରତର ଲୋକଙ୍କ ଆର୍ଥିକ ଏବଂ ମାନସିକ ଅବସ୍ଥା ଗୁରୁତର ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ସମସ୍ତ ଦେଶବାସୀ ଓ ରାଜ୍ୟ ବାସୀଙ୍କୁ ଅନୁରୋଧ; ସମସ୍ତେ ସଜାଗ ଏବଂ ସଚେତନ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଜାଗ ଓ ସଚେତନ କରନ୍ତୁ।

The most common mpox symptom is a rash that looks like pimples or blisters. The rash can be on any part of your body, including on or around the genitals and/or buttocks. Other symptoms can include:?Body aches Swollen lymph nodes Fever Chills Respiratory symptoms (cough, congestion) ?If you have symptoms, get tested right away and avoid contact with others.

Leave a Comment

  • Digital Griot