ଶିକ୍ଷାବର୍ଷ ୨୦୨୪-୨୫ କ୍ୟାଲେଣ୍ଡର ପ୍ରକାଶିତ; ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ଓ ମେ ୬ ତାରିଖରୁ ଖରା ଛୁଟି…

👇खबर सुनने के लिए प्ले बटन दबाएं

ଶିକ୍ଷାବର୍ଷ ୨୦୨୪-୨୫ କ୍ୟାଲେଣ୍ଡର ପ୍ରକାଶିତ; ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ଓ ମେ ୬ ତାରିଖରୁ ଖରା ଛୁଟି…

K7khabar: ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ପ୍ରକାଶ ପାଇଲା ନୂଆ କ୍ୟାଲେଣ୍ଡର। ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ଗୁଡ଼ିକ ପାଇଁ ଓସେପା ପକ୍ଷରୁ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶିତ ହୋଇଛି। ଚଳିତ ବର୍ଷ ମେ ମାସ ୬ ତାରିଖରୁ ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ଖରା ଛୁଟି ହେବ। ଏହି ଶିକ୍ଷାବର୍ଷ କ୍ୟାଲେଣ୍ଡରକୁ ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ସକାଳୁ ହେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ତେଣୁ ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳ ବେଳା ଆରମ୍ଭ ହେବ। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସକାଳୁଆ କ୍ଲାସ ହେବ। ସକାଳ ୭ଟାରୁ ଦିନ ୧୧:୩୦ ପର୍ଯ୍ୟନ୍ତ ପାଠପଢା ସମୟ ରହିବ।

ଏହି ଶିକ୍ଷାବର୍ଷ ୨୦୨୪-୨୫ ରେ ମୋଟ୍ ୨୩୧ ଟି କାର୍ଯ୍ୟ ଦିବସ ରହିଛି। ଆସନ୍ତା ମେ ମାସ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ବିଶେଷ କରି ବିଦ୍ୟାଳୟ ଗୁଡ଼ିକର ପାଠପଢା କାର୍ଯ୍ୟ ସମୟ ସକାଳ ୯:୩୦ ରୁ ଅପରାହ୍ନ ୪:୩୦ ପର୍ଯ୍ୟନ୍ତ ରଖାଯାଇଛି। ଶନିବାର ଦିନ ସକାଳ ୭ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ପାଠପଢ଼ା କାର୍ଯ୍ୟ ହେବ। ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ରହିବା ବାଧ୍ୟତାମୂଳକ। ଯେକୌଣସି ଅଭିଯୋଗ କରିବାର ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି।

ଟୋଲ ଫ୍ରି ନମ୍ବରଟି ହେଉଛି:- 18003456722 / 14417 

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights