କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ଭୋଟର ସଚେତନତା କାର୍ଯ୍ୟକ୍ରମ…

👇खबर सुनने के लिए प्ले बटन दबाएं

କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ଭୋଟର ସଚେତନତା କାର୍ଯ୍ୟକ୍ରମ…

କୋରାପୁଟ,K7khabar: ଦେଶରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ବର୍ତ୍ତମାନ ସାରା ଓଡ଼ିଶାରେ ଆସନ୍ତା ମେ ମାସ ଠାରୁ ବିଧାନସଭା ଓ ଲୋକସଭା ନିର୍ବାଚନ ସମାନ୍ତରାଳ ଭାବେ ହେବାକୁ ଯାଉଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ମେ ମାସ ୧୩ ତାରିଖରେ ହେବ। ଯେଉଁଥିରେ କୋରାପୁଟ ଜିଲ୍ଲା ମଧ୍ୟ ରହିଛି। ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ନିଆରା ଢଙ୍ଗରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାର କୋଣ ଅନୁକୋଣରେ ଜାରି ରହିଛି।

ଏହି ପରିପ୍ରେକ୍ଷୀରେ ଓଡିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ଠାରେ ଦୁଃସାହସିକ ପର୍ବତାରୋହଣ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟର ମାନଙ୍କୁ ସଚେତନ କରାଯାଇଛି। ଏହି ନିଆରା କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଭି.କୀର୍ତିଭାସନ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ଜିଲ୍ଲାର ସମସ୍ତ ଭୋଟର ମାନେ ନିଜ ନିଜର ମତଦାନ କେନ୍ଦ୍ର ପହଞ୍ଚି ସେମାନଙ୍କ ମତଦାନ ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ସଚେତନତା ବାର୍ତା ମାଧ୍ୟମରେ ଅନୁରୋଧ କରିଛନ୍ତି। ଜିଲ୍ଲାରେ ପ୍ରଥମ କରି ମତଦାନ କରିବାକୁ ଥିବା ନୂତନ ତଥା ଯୁବ ଭୋଟର ମାନଙ୍କୁ ନିଜର ମତଦାନ ବିଷୟରେ ସଚେତନ କରିବା ସହ ବିଶ୍ଵର ସର୍ବବୃହତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମିଲ ହୋଇ ମତଦାନ କରିବା ପାଇଁ ଜିଲ୍ଲାପାଳ ଉତ୍ସାହିତ କରିଛନ୍ତି। ଦେଓମାଳି ଯେପରି ଓଡିଶାର ଉଚ୍ଚତମ ଶୃଙ୍ଗ ଭାବରେ ପରିଚିତ ଠିକ ସେହିପରି କୋରାପୁଟ ଜିଲ୍ଲାରେ ମତଦାନର ହାର ସମଗ୍ର ରାଜ୍ୟରେ କିଭଳି ଉଚ୍ଚ ବା ସର୍ବାଧିକ ରହିବ ସେ ନେଇ ମଧ୍ୟ ଜିଲ୍ଲାପାଳ ମତବ୍ୟକ୍ତ ରଖିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବହୁ ପଦାଧିକାରୀ ମାନଙ୍କ ସହ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ମଧ୍ୟ ସାମିଲ ହୋଇଥିଲେ।

ସେହିପରି କୋରାପୁଟ ଜିଲ୍ଲାରେ ଥିବା ବଡ଼ ବଡ଼ ବ୍ୟବସାୟ ଅନୁଷ୍ଠାନ ମାନଙ୍କୁ ମଧ୍ୟ ଏହି ଭୋଟର ସଚେତନତା ଅଭିଯାନରେ ଜିଲ୍ଲା ପ୍ରଶାସନ ସାମିଲ କରିଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଭୋଟର ସଚେତନତା ବାର୍ତ୍ତା ଲେଖା ଯାଇଥିବା ଷ୍ଟିକର ବ୍ୟବସାୟ ଅନୁଷ୍ଠାନ ମାନଙ୍କୁ ଦିଆଯାଇଛି। ଯାହାକୁ ସେମାନେ ଗ୍ରାହକ ମାନଙ୍କୁ ଦେଉଥିବା ପାର୍ସଲ ମୁଣା ବା ସାମଗ୍ରୀରେ ଲଗେଇକି ଦେବେ। ଯାହାଫଳରେକି ପାର୍ସଲ ନେଉଥିବା ବ୍ୟକ୍ତି ଜଣକ ମତଦାନ ବିଷୟରେ ସଚେତନ ହେବା ସହ ତାଙ୍କର ଘରଲୋକ ମଧ୍ୟ ସଚେତନ ହୋଇ ପାରିବେ। ତେଣୁକରି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହିଭଳି ନିଆରା ପଦକ୍ଷେପକୁ ଜିଲ୍ଲାବାସୀ ମଧ୍ୟ ସ୍ଵାଗତ କରିଛନ୍ତି।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights