ଆଡଭାନୀଙ୍କୁ ଭାରତ ରତ୍ନ ; ବାସଭବନକୁ ଯାଇ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

👇खबर सुनने के लिए प्ले बटन दबाएं

ଆଡଭାନୀଙ୍କୁ ଭାରତ ରତ୍ନ ; ବାସଭବନକୁ ଯାଇ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

K7khabar: ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ ହେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ବାସଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ସମୟରେ ଆଡଭାନୀଙ୍କ ବାସଭବନରେ ଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ରହିଥିଲେ।

ଦୀର୍ଘଦିନ ଧରି ଆଡଭାନୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବାରୁ ସେ ରାଷ୍ଟ୍ରପତି ଭବନକୁ ଆସିପାରି ନଥିଲେ। ଯାହା ଯୋଗୁଁ ରାଷ୍ଟ୍ରପତି ନିଜେ ଆଡଭାନୀଙ୍କ ଘରକୁ ଯାଇ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ଫେବୃଆରୀ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଡଭାନୀଙ୍କୁ ଭାରତ ରତ୍ନ ଦେବା ପାଇଁ ଘୋଷଣା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ବିଜେପିର ସଂସ୍ଥାପକ ନାନାଜୀ ଦେଶମୁଖଙ୍କ ପରେ ଏହି ସର୍ବୋଚ୍ଚ ସମ୍ମାନ ପାଇବାରେ ଆଡଭାନୀ ହେଉଛନ୍ତି ବିଜେପି ଏବଂ ଆରଏସଏସ ସହ ଜଡିତ ତୃତୀୟ ନେତା।

୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ଗଠନ ହେବା ସମୟରେ, ଦଳର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ ଆଡଭାନୀ। ସେ ୩ ଥର ୧୯୮୬ ରୁ ୧୯୯୦,୧୯୯୩ ରୁ ୧୯୯୮ ଓ ୨୦୦୪ ରୁ ୨୦୦୫ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିଲେ ଏବଂ ୧୯୯୮ରୁ ୨୦୦୪ ପର‌୍ୟ୍ୟନ୍ତ ଏନଡିଏ ମେଣ୍ଟରେ ଗୃହମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଆଡଭାନୀ ଅଟଳ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଉପ-ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବା ସହ ରାମ ମନ୍ଦିର ନିର୍ମାଣରେ ମଧ୍ୟ ତାଙ୍କର ବଳିଷ୍ଠ ଭୂମିକା ରହିଥିଲା।

ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଚୌଧୁରୀ ଚରଣ ସିଂ, ସବୁଜ ବିପ୍ଳବର ଜନକ ଏମ୍ଏସ.ସ୍ୱାମୀନାଥନ, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହା ରାଓଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପରକ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କୀୟ ମାନେ ଏହି ପୁରସ୍କାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଗ୍ରହଣ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ସାମିଲ ହୋଇଥିଲେ।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights