ରାଜ୍ୟର କିଛି ଅଧିକାରୀଙ୍କୁ ତୁରନ୍ତ ଦାଇତ୍ଵରୁ ହଟାଇବାକୁ ମୁଖ୍ୟ ନିର୍ବାଚନ କମିଶନ୍ ଦେଲେ ନିର୍ଦ୍ଦେଶ…

👇खबर सुनने के लिए प्ले बटन दबाएं

ରାଜ୍ୟର କିଛି ଅଧିକାରୀଙ୍କୁ ତୁରନ୍ତ ଦାଇତ୍ଵରୁ ହଟାଇବାକୁ ମୁଖ୍ୟ ନିର୍ବାଚନ କମିଶନ୍ ଦେଲେ ନିର୍ଦ୍ଦେଶ…

K7khabar: ଆଜି ରାଜ୍ୟର କିଛି ଅଧିକାରୀଙ୍କୁ ତୁରନ୍ତ ଦାଇତ୍ଵରୁ ହଟାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ୍। ୨ଜଣ ଜିଲ୍ଲାପାଳ, ୫ ଜଣ ଏସପି ଓ ଜଣେ ଆଇଜିଙ୍କୁ ତାଙ୍କ ଦାଇତ୍ଵରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ୍। ମୁଖ୍ୟତଃ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେବାସହ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁଶେଖର ମିଶ୍ର, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ସର୍ବଣା ବିବେକ, ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଯୁଗଳ କିଶୋର ବନୋଥ୍‌, ରାଉରକେଲା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର, ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ କୱଁର ବିଶାଲ ସିଂହ ଏବଂ ଦୁଇ ଜିଲ୍ଲାପାଳଙ୍କ ମଧ୍ୟରେ କଟକ ଜିଲ୍ଲାପାଳ ବିନିତ ଭରଦ୍ୱାଜ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ମଧ୍ୟ ତୁରନ୍ତ ଦାଇତ୍ଵରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights