୨୦୨୪ ସାଧାରଣ ନିର୍ବାଚନ ; ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ପ୍ରାର୍ଥୀଙ୍କ ବିରୁଦ୍ଧରେ ଚାଲିଛି ଷଡ଼ଯନ୍ତ୍ର !

👇खबर सुनने के लिए प्ले बटन दबाएं

୨୦୨୪ ସାଧାରଣ ନିର୍ବାଚନ; ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ପ୍ରାର୍ଥୀଙ୍କ ବିରୁଦ୍ଧରେ ଚାଲିଛି ଷଡ଼ଯନ୍ତ୍ର!

K7khabar: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ଓଡ଼ିଶାର ଅଧିକାଂଶ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ମେଣ୍ଟ ଗଠନର ଦ୍ଵନ୍ଦ ଭିତରେ ପ୍ରଥମେ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା ଓ ପରେ ବିଜେଡି ପକ୍ଷରୁ ମଧ୍ୟ ପ୍ରାର୍ଥୀ ଘୋଷଣା ହେଲା। କିନ୍ତୁ ଯଦି ଉଭୟ ଦଳର ପ୍ରାର୍ଥୀ ତାଲିକାକୁ ଅନୁଧ୍ୟାନ କରାଯାଏ; ତେବେ କେଉଁଠି ନା କେଉଁଠି ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ମେଣ୍ଟର ଆଭାସ ମିଳୁଛି !

ଯଦି ଆମେ ପ୍ରଥମେ ଘୋଷଣା ହୋଇଥିବା ଲୋକସଭା ପ୍ରାର୍ଥୀ ଓ ତାଙ୍କର ନିର୍ବାଚନ ମଣ୍ଡଳୀ ବିଷୟରେ ତର୍ଜମା କରିବା, ତେବେ ତହିଁରୁ ସ୍ପଷ୍ଟ ବାରୀ ହେଉଛି କି ; କିଛି ନିର୍ବାଚନ ମଣ୍ଡଳୀରେ ଦିଆ ଯାଇଥିବା ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡି ପ୍ରାର୍ଥୀଙ୍କ ବିରୁଦ୍ଧରେ ଚାଲିଛି ଭିତିରି ଷଡ଼ଯନ୍ତ୍ର ! ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି କି ବିଜେପିର ୪୦୦ ପାର ନାରାକୁ ସଫଳ କରିବା ପାଇଁ ହୋଇଛି ଭିତିରି ଗଠବନ୍ଧନ ! ବିଜେଡି ପକ୍ଷରୁ ଜାଣିଶୁଣି ଅଧିକାଂଶ ଲୋକସଭା ଆସନରେ ଏଭଳି ପ୍ରାର୍ଥୀ ଦିଆଯାଇଛି; ଯେଉଁଠାରେ ନା ଦଳର ନା ପ୍ରାର୍ଥୀଙ୍କର, କାହାର ବି ସ୍ଥିତି ସୁଦୃଢ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି।

ରାଜ୍ୟରେ ଦୁଇ ଦଳର ନେତାମାନଙ୍କ ଅନିଚ୍ଛା କାରଣରୁ ହୋଇ ପାରିଲା ନାହିଁ ଗଠବନ୍ଧନ ! କିନ୍ତୁ ନିଜର ସ୍ଵାର୍ଥ ନିମିତ୍ତ ଶକୁନି ଭଳି ବିଜେଡିର ଜଣେ ପାୱାରଫୁଲ ନେତା ବିଜେପିର କେନ୍ଦ୍ରୀୟ ବରିଷ୍ଠ ନେତାଙ୍କ ସହ ଭିତିରି ଷଡ଼ଯନ୍ତ୍ର କରିଛନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଯାହାର ଫଳ ସ୍ୱରୂପ ଆଗାମୀ ନିର୍ବାଚନରେ ଟିକେଟ ପାଇଥିବା ବିଜେଡିର ଅନେକ ଲୋକସଭା ପ୍ରାର୍ଥୀ ହାରିବା ସୁନିଶ୍ଚିତ ହେବା ସହ ଦଳରେ ଥିବା କିଛି ନେତାଙ୍କର ଆଧିପତ୍ୟକୁ ଛିନ୍ନ କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights