ସାରା ରାଜ୍ୟରେ ଆସନ୍ତା ୨୬ ରୁ ପୁଣି ଖସିବ ପାରଦ,ବଢ଼ିବ ଶୀତ…
ଭୁବନେଶ୍ୱର,k7khabar: ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋହଲା ପାଗ । ଉତ୍ତର ଉପକୂଳ ଓଡିଶା ସମେତ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡା, ସସମ୍ବଲପୁର, ବରଗଡ ପାର୍ଶ୍ଵବର୍ତ୍ତୀ ସୋନପୁର, ବୋଲାଙ୍ଗୀ ଜିଲ୍ଲାର କିଛି ଅଞ୍ଚଳରେ ଲାଗିରହିଛି ହାଲୁକା ବର୍ଷା। ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ଆଜି କୋହଲା ପାଗ ସହ କିଛି ଅଞ୍ଚଳରେ ହାଲୁକା ବର୍ଷା ମଧ୍ୟ ହୋଇଛି। ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଥିଲେ ବି, ଦିନ ଏବଂ ରାତ୍ରି ତାପମାତ୍ରା ମଧ୍ୟରେ ତାରତମ୍ୟ କମ ରହୁଥିବାରୁ ଥଣ୍ଡା ଅନୁଭୂତ ହେଉଛି।
ଗତକାଲି ମେଘୁଆ ପାଗ ହେତୁ ଝାରସୁଗୁଡାରେ ସର୍ବୋଚ୍ଚ ଦିନ ତାପମାତ୍ରା 18.2°C, ସମ୍ବଲପୁର 18.7°C ଏବଂ ରାଉରକେଲା 19.6°C ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ଦ୍ଵାରା ରେକର୍ଡ ହୋଇଛି। ଆସନ୍ତା କାଲି ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗିରହିବ କୋହଲା ପାଗ ଏବଂ ଆସନ୍ତା ୨୬ ତାରିଖରୁ ବଦଳିବ ପାଗ। ଆସନ୍ତା ୨୪ ଘଣ୍ଟାପରେ ଓ ପରବର୍ତ୍ତୀ ତିନିଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା…