ଥାନା ଭିତରେ ଥାନାର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କୁ ଜଣେ ସାମ୍ବାଦିକଙ୍କ ଦୁର୍ବ୍ୟବହାର…
କୋରାପୁଟ,k7khabar: କୋରାପୁଟ ସହର ଟାଉନ ଥାନାକୁ ଗତ ତା ୨୪.୦୧.୨୦୨୪ ରିଖ ଦିନ ୧୨ ଟା ସମୟରେ ଜଣେ ବ୍ୟକ୍ତି କୌଣସି ଏକ କାର୍ଯ୍ୟ ପାଇଁ ଆସି ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ରୁମକୁ ସିଧା ସଳଖ ପ୍ରବେଶ କରିବା ସମୟରେ ଦ୍ବାର ନିକଟରେ ବସିଥିବା ଜଣେ ବରିଷ୍ଠ ହାବିଲଦାର ବାବୁ ତାଙ୍କୁ ଅଟକାଇବା ସହ ସାର ବ୍ୟସ୍ତ ଅଛନ୍ତି କହିଥିଲେ ; କ’ଣ କହିବାର ଅଛି କି କିଛି ଏଫାଇଆର ଦେବାର ଅଛି ଯଦି ମୋତେ ଦିଅନ୍ତୁ କହିଥିଲେ।
ସଙ୍ଗେ ସଙ୍ଗେ ସେ ବ୍ୟକ୍ତି ନିଜକୁ ନିଜେ ଜଣେ ବରିଷ୍ଠ ସାମ୍ବାଦିକ କହି ହାବିଲଦାର ବାବୁଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଉଚ୍ଚ ସ୍ବରରେ ଗାଳି ମନ୍ଦ କରିଥିଲେ, ଏହା ଦୀର୍ଘ ସମୟ ଶୁଣିବା ପରେ ଥାନା ଭିତରୁ ଜଣେ ବରିଷ୍ଠ ଅଧିକାରୀ (ସବ ଇନିସ୍ପେକ୍ଟର) ବାହାରକୁ ଆସି କଣ ହୋଇଛି, ଆପଣ ଏତେ ବଡ ପାଟି କାହିଁ କରୁଛନ୍ତି କହିବାରୁ; ନିଜକୁ ବରିଷ୍ଠ ସାମ୍ବାଦିକ ବୋଲାଉ ଥିବା ସେହି ବ୍ୟକ୍ତି ଜଣକ ଆହୁରି ଉତ୍ୟକ୍ତ ହୋଇ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଗାଳି ମନ୍ଦ କରିଥିଲେ। ଏହି ପାଟି ଶୁଣି ନିଜ ରୁମରୁ ବାହାରକୁ ଆସି ଥାନା ଭାରପ୍ରାପ୍ତ ଅଧିକାରୀ ବ୍ୟକ୍ତି ଜଣଙ୍କୁ ବୁଝା ସୁଝା କରି ତାଙ୍କ କାମ କଥା ବୁଝିଥିଲେ । ହେଲେ ମଧ୍ୟ ତାଙ୍କ ରାଗ ଶାନ୍ତ ହୋଇ ନଥିଲା, ନିଜ କାର୍ଯ୍ୟ ସାରି ଅଧିକାରୀଙ୍କ ରୁମରୁ ବାହାରିଲା ପରେ ମଧ୍ୟ ପୁଣି ଥରେ କର୍ମଚାରୀ ଦ୍ଵୟଙ୍କୁ ଗାଳିମନ୍ଦ କରିଥିଲେ। ଖାଲି ଏତିକି ନୁହେଁ ଦୁଇ କର୍ମଚାରୀଙ୍କ ବିରୁଦ୍ଧରେ ଏସ୍ପିଙ୍କ ନିକଟରେ କହିବାକୁ ଧମକ ଦେବା ସହ ଚାକିରୀ ନେଇଯିବାକୁ ମଧ୍ୟ ଧମକ ଦେଇଥିବା କଥା ଜଣେ ଥାନା କର୍ମଚାରୀ ସୂଚନା ଦେଇଛନ୍ତି।
ଏଠାରେ ମନରେ ଏକ ପ୍ରଶ୍ନ ଆସୁଛି କି; ଜଣେ ନିଜକୁ ନିଜେ ବରିଷ୍ଠ ସାମ୍ବାଦିକ କହୁଥିବା ବ୍ୟକ୍ତି ଥାନା ଭିତରେ ଜଣେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଏଭଳି ଦୁର୍ବ୍ୟବହାର ପ୍ରଦର୍ଶନ କରିବାଟା ନିଜର କେଉଁ ବରିଷ୍ଠତାର ପ୍ରମାଣ ଦେଉଛି ?
ଆମେ ସାମ୍ବାଦିକ ବୋଲି ସ୍ଥାନ, କାଳ, ପାତ୍ର ନ ଦେଖି ନିଜର ଆତ୍ମ ଗର୍ବ ଓ ଅହଂକାରକୁ ଉଚ୍ଚରେ ରଖି ସବୁ ସ୍ଥାନରେ ନିଜର ଆଚରଣ, ଉଚାରଣ ଏବଂ ବ୍ୟବହାରକୁ ଅସଂଜତ କଲେ କେହି ସମ୍ମାନ ଦେବେ ନାହିଁ ବରଂ ସଂଜତ କରି ରଖିଲେ ହିଁ ସମ୍ମୁଖ ବ୍ୟକ୍ତି ସାମ୍ବାଦିକ ବୋଲି ସମ୍ମାନ ଦେବ।