ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ…
ଏଥର ସାଧାରଣତନ୍ତ୍ର ଦିବସରେ ସାରା ଦୁନିଆ ଭାରତର ନାରୀ ଶକ୍ତି ଦେଖିଛି, ୩ ସେନା ବାହିନୀରେ ନାରୀ ଶକ୍ତି ପ୍ରଦର୍ଶନ କରିଛନ୍ତି, ପ୍ରଥମ ଥର ନୌସେନାରେ ମଧ୍ୟ କମାଣ୍ଡର କାର୍ଯ୍ୟ କରୁଛନ୍ତି, ସବୁ କ୍ଷେତ୍ରରେ ନାରୀଙ୍କ ଭାଗିଦାରୀ ବଢ଼ିଛି, ପ୍ରଥମ କରି ମହିଳାଙ୍କୁ ସେନାରେ ସ୍ଥାୟୀ କମିଶନ ପଦ ମିଳିଛି।
ଭାରତର ୨ କୋଟି ମହିଳାଙ୍କୁ ଲକ୍ଷପତି କରିବା ପାଇଁ ଚାଲିଛି ଉଦ୍ୟମ ।
ଯୁବକ, ନାରୀ, ଚାଷୀ, ଗରିବ ବିକଶିତ ଭାରତର ୪ଟି ସ୍ତମ୍ଭ । ଉଜ୍ଜ୍ୱଳା ପାଇଁ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ୧୧ କୋଟି ଲୋକଙ୍କ ଘରେ ପାଇପ ଯୋଗେ ଜଳ ପହଞ୍ଚିଛି, ଚାଷୀଙ୍କ ପାଇଁ ସରକାର ଅନେକ ଜନକଲ୍ୟାଣ ଯୋଜନା ଆଣିଛନ୍ତି, MSP ବାବଦରେ ଚାଷୀଙ୍କ ପାଇଁ ୧୮ ଲକ୍ଷ କୋଟି ଖର୍ଚ୍ଚ ହୋଇଛି। MSP ପ୍ରାୟତଃ ଅଢ଼େଇ ଗୁଣ ବୃଦ୍ଧି କରାଯାଇଛି। ହଜାରେ ଆଦିବାସୀ ଗାଁକୁ ପ୍ରଥମ କରି ବିଜୁଳି ଓ 4G ସଂଯୋଗ କରାଯାଇଛି।