ରେପୋ ରେଟ ଅପରିବର୍ତ୍ତିତ, ବଢ଼ିବନି ଲୋନ EMI…
ନୂଆଦିଲ୍ଲୀ,k7khabar: ପୁନର୍ବାର ରେପୋ ରେଟକୁ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ, ରେପୋ ରେଟ୍ ରଖିଛି ୬.୫ ପ୍ରତିଶତ। କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ୬ ଜଣିଆ ମନିଟାରୀ ପଲିସି କମିଟି ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।
ଶେଷ ଥର ପାଇଁ ରିଜର୍ଭ ବ୍ୟାଙ୍କ ଗତ ୨୦୨୩ ମସିହା ଫେବ୍ରୁଆରୀ ୮ ତାରିଖରେ ରେପୋ ରେଟରେ ପରିବର୍ତ୍ତନ କରିଥିଲା। ସେହି ସମୟରେ ରେପୋ ରେଟକୁ ୬.୨୫ରୁ ୬.୫ କୁ ବୃଦ୍ଧି କରିଥିଲେ ରିଜର୍ଭ ବ୍ଯାଙ୍କ। ମନିଟାରୀ ପଲିସି କମିଟି ବୈଠକରେ ଏ ନେଇ ଘୋଷଣା କରାଯାଇଛି। ସେବେଠାରୁ ଗତ ୬ଟି ମନିଟାରୀ ପଲିସି କମିଟି ମିଟିଂରେ ରେପୋ ରେଟ୍ ବର୍ତ୍ତମାନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି । ସେହିପରି ଏଥର ମଧ୍ୟ ରେପୋ ରେଟ୍ ଅପରିବର୍ତ୍ତିତ ରହିଲା ।