ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୁକ୍ତ କରିଛି କ୍ବାତାର କୋର୍ଟ, ମୋଦି ସରକାରଙ୍କ ଧନ୍ୟବାଦ…

👇खबर सुनने के लिए प्ले बटन दबाएं

ନୁଆଦିଲ୍ଲୀ,k7khabar: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ଏକ ବଡ ବିଜୟ। ସୋମବାର ଗୁପ୍ତଚର ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୁକ୍ତ କରିଛି କ୍ବାତାର ସରକାର। ପୂର୍ବରୁ ଭାରତର ନ୍ୟାୟିକ ହସ୍ତକ୍ଷେପ ଫଳରେ ଭାରତୀୟ ନୌସେନାର ପୂର୍ବତନ କର୍ମଚାରୀଙ୍କ ମୃତ୍ୟୁଦଣ୍ଡକୁ ହ୍ରାସ କରି ଜେଲ ଦଣ୍ଡରେ ବଦଳେଇଥିଲେ।

କ୍ବାତାର ଅମିରଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟମାନଙ୍କୁ ମୁକ୍ତ କରାଯାଇଛି । ଏକ ଆବେଦନ ପରେ ମୃତ୍ୟୁ ଦଣ୍ଡକୁ ୫ ରୁ ୨୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା ଓ ଦ୍ୱିତୀୟ ଆବେଦନ ଉପରେ ଶୁଣାଣି ଚାଲିଥିଲା ଏବଂ ଏହି ଶୁଣାଣିରେ ସମସ୍ତ ଆଠ ଜଣଙ୍କୁ ଅମୀରଙ୍କ ନିର୍ଦ୍ଦେଶରେ ମୁକ୍ତ କରାଯିବା ପରେ ସେମାନେ ଭାରତକୁ ଫେରିଛନ୍ତି । ଏଥିପାଇଁ କ୍ବାତାରର ଅମିରଙ୍କୁ ଭାରତ ସରକାର ଧନ୍ୟବାଦ ଜଣାଇଛନ୍ତି ।

ଗୁପ୍ତଚର ଅଭିଯୋଗରେ ଅଗଷ୍ଟ ୨୦୨୨ ରେ ଆଠ ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଗିରଫ କରିବା ପରେ ଅକ୍ଟୋବରରେ କ୍ବାତାର କୋର୍ଟ ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ଏହି ସମସ୍ତ ଭାରତୀୟ ନାଗରିକମାନେ ଦହାରା ଗ୍ଲୋବାଲ କମ୍ପାନୀ ପାଇଁ କାମ କରୁଥିଲେ।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତିରେ କହିଛି କି; ଏହାପୂର୍ବରୁ କ୍ବାତାର କୋର୍ଟ ଏହି ମାମଲାରେ ଆଠ ଜଣ ପୂର୍ବତନ କର୍ମଚାରୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ କମ୍ କରି ସେମାନଙ୍କୁ ଅଲଗା ଅଲଗା ଅବଧି ପାଇଁ ଜେଲ ଦଣ୍ଡାଦେଶ ଦେଇଥିଲେ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନବ ନିଯୁକ୍ତ ମୁଖପାତ୍ର ଜ୍ୟସୱାଲ କହିଛନ୍ତି ଯେ; ଏହି ମାମଲାରେ କ୍ବାତାରର ସର୍ବୋଚ୍ଚ ନ୍ୟାୟାଳୟ ‘କୋର୍ଟ ଅଫ୍ କ୍ୟାସେସନ’ ରେ ଆବେଦନ କରିବାକୁ ତାଙ୍କୁ ୬୦ ଦିନ ସମୟ ଦିଆଯାଇଥିଲା । ସ୍ୱରାଷ୍ଟ୍ର ବିଭାଗର ଆଇନଜ୍ଞଙ୍କ ପାଖରେ ମଧ୍ୟ ଏକ ଗୁପ୍ତ କୋର୍ଟର ନିର୍ଦ୍ଦେଶ ରହିଛି, ଯେଉଁଥିରେ ମୃତ୍ୟୁଦଣ୍ଡକୁ ଜେଲ ଦଣ୍ଡାଦେଶରେ ପରିବର୍ତ୍ତନ କରାଯିବାର ବିବରଣୀ ଦିଆଯାଇଛି । ମୃତ୍ୟୁଦଣ୍ଡକୁ ୨୮ ଡିସେମ୍ବର ୨୦୨୩ ରେ କାରାଗାରରେ ପରିଣତ କରିବାକୁ କ୍ବାତାର କୋର୍ଟ ଏହି ନିଷ୍ପତ୍ତି ଦେଇଥିଲେ।

Leave a Comment

  • Digital Griot