ଭୁବନେଶ୍ୱର,k7khabar: ରାଜ୍ୟବାସୀଙ୍କୁ ରାଜ୍ୟ ସରକାରଙ୍କ ଲଲିପପ ! ଘରୋଇ ଉପଭୋକ୍ତାଙ୍କୁ ମିଳିଲା ଟିକିଏ ଆସ୍ବସ୍ତି। ବିଜୁଳି ଦର ହ୍ରାସ କରିଛନ୍ତି ଓଇଆର୍ସି। ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ୍ ହୋଇଛି। ଘରୋଇ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀର ଦର ଅପରିବର୍ତ୍ତିତ ରହିଛି। ବିପିଏଲ୍ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ୮୦ ରୁ ୭୦ ଟଙ୍କାକୁ ହ୍ରାସ କରାଯାଇଛି, ସେହିପରି ଅନଲାଇନ ମାଧ୍ୟମରେ ମାସିକ ଦେୟ ପ୍ରଦାନ କରୁଥିବା ଉପଭୋକ୍ତାଙ୍କୁ ୧୦ ଟଙ୍କା ରିହାତି ମିଳିବ।
ଇଲେକ୍ଟ୍ରିକ ଯାନ ଚାର୍ଜିଂ ପାଇଁ ୟୁନିଟ୍ ପିଛା ୫ ଟଙ୍କା ୫୦ ରୁ ୫ ଟଙ୍କାକୁ ହ୍ରାସ କରାଯାଇଛି। ପ୍ରି-ପେଡ୍ ମିଟର ଲାଗିଥିବା ଥିବା ଉପଭୋକ୍ତାଙ୍କୁ ୪% ରିହାତି ମିଳିବ ଏବଂ ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ୧ ଟଙ୍କା ୬୦ ପଇସାକୁ ହ୍ରାସ କରାଯିବା ସହ ଧାର୍ଯ୍ୟ ସମୟରେ ବିଲ୍ ପୈଠ କଲେ ଘରୋଇ ଉପଭୋକ୍ତାଙ୍କୁ ୧୦ ପଇସା ରିହାତି ମିଳିବା ନେଇ ସୂଚନା।