ରାଜ୍ୟସଭା ନିର୍ବାଚନ ପାଇଁ BJP କୁ ସମର୍ଥନ, ଏହା ଡର ନା ଭିତିରି ସମ୍ପର୍କ !

👇खबर सुनने के लिए प्ले बटन दबाएं

 

ବିଜେପିକୁ ବିଜେଡିର ସମର୍ଥନ, ଡର ନା ଭିତିରି ସମ୍ପର୍କ !

ଭୁବନେଶ୍ୱର,k7khabar: ରାଜ୍ୟସଭା ନିର୍ବାଚନ ପାଇଁ ଆଜି BJP କୁ ସମର୍ଥନ କରିଛି BJD। ଦ୍ୱିତୀୟ ଥର ପାଇଁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ତଥା ବର୍ତ୍ତମାନର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସମର୍ଥନ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ବିଜେଡି ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦିଆଯାଇଛି । ଭାରତୀୟ ଜନତା ପାର୍ଟି ଜାତୀୟ କାର୍ଯ୍ୟାଳୟ ପକ୍ଷରୁ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବାର ମାତ୍ର କିଛି ସମୟ ମଧ୍ୟରେ ହିଁ ସମର୍ଥନ ଘୋଷଣା କରିଛି ବିଜୁ ଜନତା ଦଳ।

ଏକ ପ୍ରେସ ରିଲିଜ ମାଧ୍ୟମରେ ବିଜେଡି କହିଛି କି; କେନ୍ଦ୍ର ରେଳ, ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟରେ ରେଳ ଓ ଟେଲିକମ୍‌ ବିକାଶର ବୃହତ ସ୍ବାର୍ଥ ଦୃଷ୍ଟିରୁ ସମର୍ଥନ ଘୋଷଣା କରୁଛି। ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନଥିବା ବେଳେ ବିଜେପି ଆଜି ଅଶ୍ବିନୀ ବୈଷ୍ଣବଙ୍କୁ ଦଳର ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ବର୍ତ୍ତମାନ ବିଜେଡି ମଧ୍ୟ ତାଙ୍କୁ ସମର୍ଥନ ଘୋଷଣା କରିଛି। ଏଠାରେ ପ୍ରଶ୍ନ ଉଠୁଛି କି; କେନ୍ଦ୍ର ସରକାର ବା ବିଜେପି ସରକାର ରେଳ ଓ ଟେଲିକମ୍ କ୍ଷେତ୍ରରେ ରାଜ୍ୟକୁ ଅଣଦେଖା ବା ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି ବିଜେଡିର କର୍ମୀ ଓ ନେତାମାନେ ବର୍ତ୍ତମାନ ଭୋଟରଙ୍କୁ କହି କହି ସଚେତନ କରୁଥିବା ବେଳେ ଆଜିର ଏଭଳି ସମର୍ଥନକୁ ନେଇ ବର୍ତ୍ତମାନ ବିଜେଡି ନେତାମାନେ ଭୋଟରଙ୍କୁ କ’ଣ ପ୍ରମାଣ ଦେବେ ବୋଲି ସାଧାରଣରେ ଚର୍ଚ୍ଚା ହେବା ଆରମ୍ଭ ହୋଇଛି। ଏଠାରେ କହି ରଖୁଛୁ କି; ଆସନ୍ତା ମାର୍ଚ୍ଚରେ ରାଜ୍ୟର ତିନି ଜଣ ରାଜ୍ୟସଭା ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହେଉଛି। ବିଜେଡି ପାଖରେ ତିନୋଟି ଯାକ ପାଇଁ ବହୁମତ ରହିଛି, ହେଲେ କିନ୍ତୁ ଦଳ ପକ୍ଷରୁ ଦୁଇଟି ପ୍ରାର୍ଥୀଙ୍କୁ ହିଁ ନାମାଙ୍କନ ଭରିବାକୁ କୁହା ଯାଇଥିଲା। ଏଥିରୁ ସ୍ପଷ୍ଟ ବାରି ହେଉଛି କି ବିଜେପି ସହ ବିଜେଡିର ଭିତିରି ସମ୍ପର୍କ ରହିଛି ବା ବିଜେଡି ଭିତରେ କିଛି ଡର ରହୁଛି !

ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କମିଟି ଅଶ୍ବିନୀ ବୈଷ୍ଣବଙ୍କ ନାଁ ପୁନର୍ବାର ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି ଏବଂ ପୂର୍ବରୁ ବିଜେଡି ପକ୍ଷରୁ ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଗତକାଲି ନାମାଙ୍କନ ପତ୍ର ଭରି ସାରିଛନ୍ତି ।

Leave a Comment

  • Digital Griot