ସାବର ଶ୍ରୀକ୍ଷେତ୍ରରୁ ସ୍ଵିଡେନ: ପୋଷ୍ୟପୁତ୍ର ହୋଇ ସ୍ବିଡେନକୁ ଗଲା କୋରାପୁଟର ଅନାଥ ଆଦିବାସୀ ଶିଶୁ ରାଜେନ୍ଦ୍ର…

👇खबर सुनने के लिए प्ले बटन दबाएं

ସାବର ଶ୍ରୀକ୍ଷେତ୍ରରୁ ସ୍ଵିଡେନ: ପୋଷ୍ୟପୁତ୍ର ହୋଇ ସ୍ବିଡେନକୁ ଗଲା କୋରାପୁଟର ଅନାଥ ଆଦିବାସୀ ଶିଶୁ ରାଜେନ୍ଦ୍ର…

କୋରାପୁଟ,k7khabar: ଅସହାୟ ଅନାଥ ଆଦିବାସୀ ଶିଶୁକୁ ସହାୟ ହେଲେ ସ୍ବିଡେନର ଥୋମାସ ପରିବାର। ପୂର୍ବରୁ ନିଜର ୩ ଟି ସନ୍ତାନ ଥିବା ସତ୍ବେ ସେ ଗ୍ରହଣ କରିଛନ୍ତି ଆଉ ଏକ ପୋଷ୍ୟ ସନ୍ତାନ। ଅସହାୟ ଅବସ୍ଥାରେ ବଢୁଥିବା ବାପା ମା ଛେଉଣ୍ଡ ଆଦିବାସୀ ଶିଶୁ ରାଜେନ୍ଦ୍ର ମୁଣ୍ଡା ଗାଡିଆଙ୍କ ଦୁଃଖ କାହାଣୀ ଶୁଣିବାପରେ ତାକୁ କୋଳେଇ ନେଇଛନ୍ତି ସ୍ଵିଡେନର ଥୋମାସ ପରିବାର। ରାଜେନ୍ଦ୍ରକୁ ଭଲ ପାଠ ପଢାଇ,ପ୍ରତ୍ୟେକ ଆବଶ୍ୟକତାକୁ ପୁରଣ କରିବା ସହ ସମାଜରେ ଭଲ ମଣିଷ କରି ଗଢି ତୋଳିବାର ପ୍ରତିଶୃତି ଦେଇ ସ୍ବିଡେନ ନେଇ ଯାଇଛନ୍ତି।

କୋରାପୁଟ ସମନ୍ବିତ ଉନ୍ନୟନ ସଂସ୍ଥାର ରକ୍ଷଣା ବେକ୍ଷଣରେ ବଢୁଥିଲା ବାପା ମା ଛେଉଣ୍ଡ ଦୁଇ ବର୍ଷର ଶିଶୁପୁତ୍ର ରାଜେନ୍ଦ୍ର। ସୋସାଇଟିର କର୍ମକର୍ତ୍ତାଙ୍କ ଦ୍ବାରା ଲାଳନ ପାଳନ ହେଉଥିଲା ରାଜେନ୍ଦ୍ର, ହେଲେ ବର୍ତ୍ତମାନ ତାର ଭାଗ୍ୟ ବଦଳିଛି। କୋରାପୁଟର ଆଦିବାସୀ ଅନାଥ ଶିଶୁ ରାଜେନ୍ଦ୍ର ମୁଣ୍ଡାଗୁଡିଆ ହେଲେ ସ୍ବିଡେନର ରାଜେନ୍ଦ୍ର ଥୋମାସ। ୩ଟି ସନ୍ତାନ ଥିବା ସତ୍ବେ ସ୍ବିଡେନର କ୍ଲିଫୋର୍ଡ ଲୁକେ ଥୋମାସ ପରିବାର ପୋଷ୍ୟ ସନ୍ତାନ ଭାବେ ରାଜେନ୍ଦ୍ରକୁ କୋଳେଇ ନେଇଛନ୍ତି। ଜିଲ୍ଲାର ପ୍ରଶାସନୀକ ଅଧିକାରୀ ରାଜେନ୍ଦ୍ରକୁ ହସ୍ତାନ୍ତର କରିବା ପରେ ଥୋମାସ ପରିବାର ବହୁତ ଆନନ୍ଦ ଅନୁଭବ କରିବା ସହ ଖୁସି ପ୍ରକଟ କରିଛନ୍ତି। ସ୍ବିଡେନ ଫେରିବାପରେ ରାଜେନ୍ଦ୍ର ଥୋମାସର ସଠିକ ଯତ୍ନ ନେଇ ପାଠ ପଢାଇ ଭଲ ମଣିଷ କରିବାକୁ ସ୍ବପ୍ନ ରହିଛି ବୋଲି ପରିବାର ବର୍ଗ କହିଛନ୍ତି। ପୂର୍ବରୁ କ୍ଲିଫୋର୍ଡଙ୍କ ବାପା ଅନେକ ଥର ଭାରତ ଆସିଛନ୍ତି ହେଲେ ପ୍ରଥମ କରି ସପରିବାର ଭାରତ ଆସିଥିବା କ୍ଲିଫୋର୍ଡ ପରିବାର କହିଛନ୍ତି।

ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆବେଦନ କରିବାପରେ ସମସ୍ତ ଆଇନଗତ ଦିଗକୁ ତର୍ଜମା କରିବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ରାଜେନ୍ଦ୍ରକୁ ପୋଷ୍ୟ ସନ୍ତାନ ଭାବେ ହସ୍ତାନ୍ତର କରିବା ସମୟରେ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ। ପୋଷ୍ୟ ସନ୍ତାନ ଗ୍ରହଣର ନିୟମାବଳୀକୁ ଭଲ ଭାବରେ ଯାଞ୍ଚ କରିବା ପରେ ରାଜେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ବିଦେଶରେ ରାଜେନ୍ଦ୍ର ଉତ୍ତମ ପରିବେଶରେ ରହି; ଭଲରେ ବଢି ଭଲ ମଣିଷ ଟିଏ ହେବ ଏବଂ ଭବିଷ୍ୟତରେ କୋରାପୁଟ ଜିଲ୍ଲା ସହ ଓଡ଼ିଶା ଓ ଭାରତର ନାଁ ରଖିବ ବୋଲି ସମସ୍ତେ ଆଶାବାଦି ଅଛନ୍ତି।

Leave a Comment

  • Digital Griot