ରାଜ୍ୟ ସରକାରଙ୍କ ଘୋଷଣା: ୨୦ ଜିଲ୍ଲାରେ ନୂଆ ମୁନିସିପାଲିଟି ଓ ଏନଏସି…

👇खबर सुनने के लिए प्ले बटन दबाएं

ରାଜ୍ୟ ସରକାରଙ୍କ ଘୋଷଣା: ୨୦ ଜିଲ୍ଲାରେ ନୂଆ ମୁନିସିପାଲିଟି ଓ ଏନଏସି…

ଭୁବନେଶ୍ୱର,k7khabar: କ୍ରମାଗତ ଭାବେ ଦୀର୍ଘ ୨୫ ବର୍ଷ ଧରି ବିଜେଡି ସରକାର ରାଜ୍ୟରେ ଶାସନ କରି ଆସୁଛି।ଏହା ମଧ୍ୟରେ ରାଜ୍ୟର କେତେକାଂଶରେ ଉନ୍ନତି ହେବା ସହ ଅବନତି ମଧ୍ୟ ଘଟିଛି। କିନ୍ତୁ ବର୍ତ୍ତମାନ ରାଜ୍ୟ ବିଜେଡି ସରକାର ଆଗାମୀ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଭିନ୍ନ ପ୍ରକାର ଘୋଷଣା ମାନ କରି ଚାଲିଛନ୍ତି। ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରୋଟି ଜିଲ୍ଲାର  ପାଞ୍ଚଟି ଏନଏସିକୁ ମୁନିସିପାଲିଟିରେ ପରିଣତ କରାଯିବା ବିଷୟ ଘୋଷଣା କରିଛନ୍ତି।

ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ, ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସିକୁ ମୁନିସିପାଲିଟିରେ ପରିଣତ କରାଯାଇଛି।

ସେହିପରି (ଏନଏସି ) ବା ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ହେଲା: ଅନୁଗୋଳ ଜିଲ୍ଲାର ପାଲଲହଡା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡା, ବଲାଙ୍ଗିର ଜିଲ୍ଲାର ବେଲପଡା ଓ ସଂଇତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡା ଜିଲ୍ଲାର ସିନାପାଲି, ରାୟଗଡ଼ା ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡାଖଣ୍ଡି, ନୟାଗଡ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ମୟୁରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ।

Leave a Comment

  • Digital Griot