ସରକାରୀ ବିଜ୍ଞାପନରେ ‛ଶଙ୍ଖ’ ଚିହ୍ନ, ରାଜ୍ୟ ସରକାର ଓ ବିଜେଡିକୁ ଜବାବ ମାଗିଲେ ECI…
k7khabar: ବିଭିନ୍ନ ସରକାରୀ ବିଜ୍ଞାପନରେ ବର୍ତ୍ତମାନ ‛ଶଙ୍ଖ’ ଚିହ୍ନର ବ୍ୟବହାରକୁ ନେଇ ରାଜ୍ୟ ସରକାର ଏବଂ ବିଜେଡିକୁ ଜବାବ ମାଗିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ECI। ମୁଖ୍ୟ ଶାସନ ସଚିବ ଓ ବିଜେଡି ସାଧାରଣ ସଂପାଦକଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିବା ନେଇ ସୂଚନା। ଆସନ୍ତା ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ସ୍ପଷ୍ଟୀକରଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ECI ।
ସରକାରୀ ପାଣ୍ଠିକୁ ବ୍ୟବହାର କରି ବିଭିନ୍ନ ବିଜ୍ଞାପନରେ ଦଳର ଚିହ୍ନ ‛ଶଙ୍ଖ’ର ବ୍ୟବହାର ହେଉଥିବା ନେଇ ନିର୍ବାଚନ କମିଶନଙ୍କ ନିକଟରେ ବିଭିନ୍ନ ମାଧ୍ୟମରେ ଅଭିଯୋଗ ହୋଇଥିଲା। ବିଭିନ୍ନ ଗଣମାଧ୍ୟମ, ହୋର୍ଡିଂ, ପୋଷ୍ଟର ଏବଂ OSRTC ବସ୍ ସହ ଅନ୍ୟାନ୍ୟ ମାଧ୍ୟମରେ ଦିଆଯାଉଥିବା ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନର ବ୍ୟବହାର କରାଯାଉଛି। ଯାହା ୨୦୧୬ ନିର୍ଦ୍ଦେଶନାମାର ଉଲ୍ଲଙ୍ଘନ ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶା ନାଆଁରେ ଦିଆଯାଉଥିବା ବିଜ୍ଞାପନରେ ‛ଶଙ୍ଖ’ ଚିହ୍ନର ବ୍ୟବହାରକୁ ନେଇ ମଧ୍ୟ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା।