ବହୁ ପୂରାତନ କଟକ ତାରକସୀ ହସ୍ତକଳାକୁ ଜିଆଇ ମାନ୍ୟତା, ପୁରଣ ହେଲା ଦୀର୍ଘଦିନର ଅବଶୋଷ…

👇खबर सुनने के लिए प्ले बटन दबाएं

ବହୁ ପୂରାତନ କଟକ ତାରକସୀ ହସ୍ତକଳାକୁ ଜିଆଇ ମାନ୍ୟତା, ପୁରଣ ହେଲା ଦୀର୍ଘଦିନର ଅବଶୋଷ…

କଟକ,K7khabar: ପୁରଣ ହେଲା ଦୀର୍ଘଦିନର ଅବଶୋଷ ମିଳିଲା ଜିଆଇ ମାନ୍ୟତା। ପୃଥିବୀ ପ୍ରସିଦ୍ଧ କଟକ ତାରକସୀ ହସ୍ତକଳାକୁ ଆଜି ମିଳିଛି ବଡ଼ ସଫଳତା। ରାଜ୍ୟ ସମବାୟ ହସ୍ତକଳା ନିଗମ ପକ୍ଷରୁ ଏହି ଜିଆଇ ମାନ୍ୟତା ପାଇଁ ଗତ ୨୦୨୧ ଜୁଲାଇ ମାସରୁ ଆବେଦନ କରାଯାଇଥଲା।

ଏହି ଜିଆଇ ମାନ୍ୟତା ପାଇବା ପାଇଁ ଭାରତ ସରକାରଙ୍କ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଇଣ୍ଡିଆ ସଂସ୍ଥା ପାଖରେ ଆବେଦନ କରିବାକୁ ପଡ଼ିଥାଏ ଏବଂ ସେମାନେ କୌଣସି ଏକ ଜିନିଷକୁ ଜିଆଇ ମାନ୍ୟତା ଦେବା ପୂର୍ବରୁ ତାକୁ ତୃଣମୂଳ ସ୍ତରରେ ସର୍ଭେ କରିଥାଆନ୍ତି। ଯଦି କୌଣସି ଜିନିଷ ବା ହସ୍ତକଳାର ମୌଳିକତା ଥାଏ ତେବେ ତାକୁ ସମ୍ପୃକ୍ତ ସଂସ୍ଥା ଜିଆଇ ମାନ୍ୟତା ପ୍ରଦାନ କରିଥାଏ। ତେଣୁ ଆଜି ଏହି ତାରକସୀ ହସ୍ତକଳାକୁ ଜିଆଇ ମାନ୍ୟତା ମିଳିବା ପରେ ବହୁ କାରିଗର ଖୁସି ହେବା ସହ କଟକ ସହର ବିଶ୍ବ ବଜାରରେ ପରିଚିତ ହେବା ଆହୁରି ସହଜ ହେବ ନିଶ୍ଚିତ।

Leave a Comment

  • Digital Griot