ଓଡ଼ିଶା ପୋଲିସ ସେବା କ୍ୟାଡର ପୁନର୍ଗଠିତ; ଗୃହ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି…

👇खबर सुनने के लिए प्ले बटन दबाएं

ଓଡ଼ିଶା ପୋଲିସ ସେବା କ୍ୟାଡର ପୁନର୍ଗଠିତ; ଗୃହ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି…

ଭୁବନେଶ୍ୱର,K7khabar: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅପରାଧ ଗୁଡ଼ିକୁ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ପୋଲିସ ବିଭାଗରେ ବରିଷ୍ଠ ପାହ୍ୟା ପାଇଁ ଏକାଧିକ ପଦବୀ ସୃଷ୍ଟି କରାଯାଇଛି । ଏଥିପାଇଁ (ଓପିଏସ) ବା ଓଡ଼ିଶା ପୋଲିସ ସେବା କ୍ୟାଡରର ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ୭୯୬ଟି ମଞ୍ଜୁରୀ ପ୍ରାପ୍ତ ପଦବୀ ରହିଥିବା ବେଳେ ବର୍ତ୍ତମାନ ନୂଆ କ୍ୟାଡର ଗଠନ ହେବା ପରେ ଉକ୍ତ ପଦବୀ ସଂଖ୍ୟା ୮୭୩କୁ ବୃଦ୍ଧି ପାଇବ। ଏଥିପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ରାଜ୍ୟରେ ୨୮ଟି ନୂଆ ଏସପି ପଦବୀ ସୃଷ୍ଟି କରାଯାଇଛି । ୧୫ଟି ସାଇବର ଡିଏସପି, ବିପିଏସପିଏ ପାଇଁ ୮ଟି ଡିଏସପି, ଅନୁଗୁଳ ପିଟିସି ପାଇଁ ୫ଟି ଡିଏସପି, ଯାଜପୁର ବରି ପିଟିଆଇରେ ୫ଟି ଡିଏସପି, ନୟାଗଡ଼ ପିଟିଏସରେ ୩ଟି ଡିଏସପି ଏବଂ ବୁର୍ଲା ପିଟିଆଇ ପାଇଁ ୩ଟି ଡିଏସପି ପଦବୀ ସୃଷ୍ଟି କରାଯାଇଛି। ୨୦ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ଜଣେ ଲେଖାଏଁ ଅତିରିକ୍ତ ଏସପି ନିଯୁକ୍ତି ପାଇବେ।

ସେହିପରି ଭୁବେନଶ୍ୱର ପାଇଁ ୩ଟି, ବିପିଏସପିଏ ପାଇଁ ୨, ପିଟିଆଇ ବରି ପାଇଁ ଗୋଟିଏ, ଅନୁଗୁଳ ପିଟିସି ପାଇଁ ୨ଟି, ଏସଏଫଏସଏଲ ପାଇଁ ଗୋଟିଏ, କ୍ରାଇମବ୍ରାଞ୍ଚ ପାଇଁ ୩ଟି, ଇଓଡବ୍ଲ୍ୟୁ ପାଇଁ ଗୋଟିଏ, ଏସଟିଏଫ ଭୁବନେଶ୍ୱର ପାଇଁ ଗୋଟିଏ, ଗୁଇନ୍ଦା ବିଭାଗର ସ୍ପେଶାଲ ବ୍ରାଞ୍ଚ ପାଇଁ ୧୨ଟି, ଓଏଚଆରସି ପାଇଁ ୨ଟି, ଲୋକାୟୁକ୍ତ ପାଇଁ ଜଣେ ଲେଖାଏଁ ଅତିରିକ୍ତ ଏସପି ପଦବୀ ସୃଷ୍ଟି କରାଯାଇଛି। ନୂଆକରି ଏସପି ଭିଜିଲାନ୍ସ ପାଇଁ ୪ଟି, କମିଶନରେଟ ପୋଲିସ (ଡିସିପି ଅଫିସ) ପାଇଁ ଆଉ ଗୋଟିଏ ଡିସିପି, ରେଳବାଇର ପାଇଁ ୪ଟି ଏସପି ପଦବୀ ସୃଷ୍ଟି କରା ଯାଇଛି। ବର୍ତ୍ତମାନ କାର୍ଯ୍ୟ କରୁଥିବା ଓପିଏସ ଗ୍ରୁପ-ଏ (ଜେବି)ର ୩୭ଟି ପଦବୀକୁ ଉଚ୍ଛେଦ କରାଯାଇଛି। ବର୍ତ୍ତମାନ ନୂଆକରି ଓପିଏସ ଗ୍ରୁପ-ଏ (ଏସବି) ରେ ୪୯ଟି ପଦବୀ, ଓପିଏସ (ଏସପିଏସ) ରେ ୨୮ଟି ଓ ଓପିଏସ (ଏସଏଜି) ରେ ୧୦ଟି ପଦବୀ ସୃଷ୍ଟି କରାଯାଇଛି।

 

Leave a Comment

  • Digital Griot