ମିଶନ ଶକ୍ତି ବଜାରରେ ବିଲ୍ ଗେଟ୍ସ: ବଜାର ବୁଲିବା ସହ ପିଇଲେ କୋରାପୁଟ କଫି…

👇खबर सुनने के लिए प्ले बटन दबाएं

ମିଶନ ଶକ୍ତି ବଜାରରେ ବିଲ୍ ଗେଟ୍ସ, ବଜାର ବୁଲିବା ସହ ପିଇଲେ କୋରାପୁଟ କଫି…

ଭୁବନେଶ୍ୱର,k7khabar: ରାଜଧାନୀରେ ନୂତନ କରି ଉଦ୍ଘାଟିତ ହୋଇଥିବା ମିଶନ ଶକ୍ତି ବଜାରରେ ବିଲ୍ ଗେଟ୍ସ। ବଜାରକୁ ପ୍ରବେଶ କରିବା ସମୟରେ ତାଙ୍କୁ ସ୍ବାଗତ କରିଥିଲେ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍। ଏହି ମିଶନ ଶକ୍ତି ବଜାର କେବଳ ମହିଳା ମାନଙ୍କ ଦ୍ଵାରା ପରିଚାଳିତ ହେଉଥିବା ଜାଣି ଖୁସି ପ୍ରକଟ କଲେ ବିଲ୍ ଗେଟ୍ସ। ପ୍ରଥମେ କୋରାପୁଟ କଫି କ୍ୟାଫେରେ କଫି ପିଇବା ସହ ବଜାର ଭିତରକୁ ଯାଇ ବିଭିନ୍ନ ସାମଗ୍ରୀ ବୁଲି ଦେଖିଥିଲେ।

ବିଲ ଗେଟ୍ସ ବୁଲିବା ସହ ମିଶନ ଶକ୍ତି ବଜାରରୁ ଢ଼ିଙ୍କିକୁଟା ଚାଉଳ, କନ୍ଧମାଳ ହଳଦୀ, କାଜୁ, ଦେଶି ମୁଗ ଡାଲି, ମୁଡୁକି ଇତ୍ୟାଦି କିଣିଥିଲେ। କନ୍ଧମାଳ ହଳଦୀର ଔଷଧୀୟ ଗୁଣ ବିଷୟରେ ବୁଝିବା ସହ ରାଜ୍ୟର କେଉଁ ଅଞ୍ଚଳରୁ କାଜୁ ଆସୁଛି ଓ କାଜୁର ମାନ ବିଷୟରେ ପଚାରି ବୁଝିଥିଲେ। ରାଜ୍ୟର  ଏସଏଚଜି ମହିଳାମାନଙ୍କ ଦ୍ଵାରା ତିଆରି ଉତ୍ପାଦ ଏହି ବଜାରରେ ବିକ୍ରି ହେଉଥିବା ବିଲ୍ ଗେଟ୍ସଙ୍କୁ ସୁଜାତା କାର୍ତ୍ତିକେୟନ୍ ସୂଚନା ଦେଇଥିଲେ। ରାଜ୍ୟର ମହିଳାମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ଏକ ପ୍ରୟାସ ବୋଲି ସୁଜାତା କାର୍ତ୍ତିକେୟନ ବିଲ୍ ଗେଟ୍ସଙ୍କୁ କହିଛନ୍ତି।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights