ଚାଲିଛି ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ମାନସ ମନ୍ଥନ; ହେବ ଆଶାୟୀଙ୍କ ଭାଗ୍ୟ ନିର୍ଧାରଣ..!

👇खबर सुनने के लिए प्ले बटन दबाएं

ଚାଲିଛି ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ମାନସ ମନ୍ଥନ; ହେବ ଆଶାୟୀଙ୍କ ଭାଗ୍ୟ ନିର୍ଧାରଣ..!

ଭୁବନେଶ୍ୱର,K7khabar: ଚାଲିଛି ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ମାନସ ମନ୍ଥନ। ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ଚାଲିଛି ଅଙ୍କ କସା। ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ।

ସୂଚନା ଅନୁଯାୟୀ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବିଧାନ ସଭା ଓ ଲୋକସଭା ନିର୍ବାଚନୀ ମଣ୍ଡଳ ପାଇଁ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ। କାହାକୁ ଦିଆଯିବ ଟିକେଟ ଓ କାହାକୁ ଦିଆଯିବ ଆଶ୍ଵାସନା; ସେହି ବିଷୟରେ ଚାଲିଛି ପୁଙ୍ଖାନୁପୁଙ୍ଖ ଆଲୋଚନା। ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ, ଏମପି, ଜିଲ୍ଲା ସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଚାଲିଛି ବୈଠକ।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନେ ଦେଇଥିବା ତଥ୍ୟ ଏବଂ ଇଣ୍ଟେଲିଜେନ୍ସ ରିପୋର୍ଟ ଆଧାରରେ; ଯାହାର ଲୋକ ସମ୍ପର୍କ ଭଲ ଅଛି, ତାକୁ ହିଁ ଟିକେଟ ମିଳିବ। ଏହାକୁ ନେଇ ବୈଠକରେ ଉପସ୍ଥିତ ଥିବା ବର୍ତ୍ତମାନର ଏମପି ଓ  ବିଧାୟକ ମାନଙ୍କ ମନରେ ଦ୍ଵନ୍ଦ ଥିବା ଦେଖିବାକୁ ମିଳିଛି।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights