ଜାଲ ପ୍ରମାଣପତ୍ର ଦେଇ ଦୁଇ ଥର ବିଧାୟକ ହୋଇଛନ୍ତି ରଘୁରାମ ପଡ଼ାଲ ; ଅଭିଯୋଗ କରିଛନ୍ତି ସମାଜସେବୀ ଜୟରାମ ପୂଜାରୀ…

👇खबर सुनने के लिए प्ले बटन दबाएं

ଜାଲ ପ୍ରମାଣପତ୍ର ଦେଇ ଦୁଇ ଥର ବିଧାୟକ ହୋଇଛନ୍ତି ରଘୁରାମ ପଡ଼ାଲ; ଅଭିଯୋଗ କରିଛନ୍ତି ସମାଜସେବୀ ଜୟରାମ ପୂଜାରୀ…

କୋରାପୁଟ,K7khabar: ଦୁଇ ଦୁଇ ଥର ଜାଲ ଜାତିଗତ ପ୍ରମାଣପତ୍ର ଦେଇ କୋରାପୁଟ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଛନ୍ତି ରଘୁରାମ ପଡ଼ାଲ ! ଏହି ଗୁରୁତର ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲ୍ଲାର ଜଣାଶୁଣା ସମାଜସେବୀ ଜୟରାମ ପୂଜାରୀ। ସେ କହିଛନ୍ତି କି; ରଘୁରାମ ପଡ଼ାଲ କୋରାପୁଟ ନିର୍ବାଚନ ମଣ୍ଡଳୀର ଭୋଟର ମାନଙ୍କ ଆଖିରେ ଧୂଳି ଦେଇ, ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି ଓ ବର୍ତ୍ତମାନ ପୁଣିଥରେ ବିଧାୟକ ଟିକେଟ ହାତେଇବା ପାଇଁ ଲାଗିଛନ୍ତି। କିନ୍ତୁ ଏଠାରେ ଗୋଟିଏ ପ୍ରଶ୍ନ ଆସୁଛି କି; ଜଣେ ବ୍ୟକ୍ତି ଦୁଇ ଦୁଇ ଥର ଜାଲ ଜାତିଗତ ପ୍ରମାଣପତ୍ର ସହ ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦାଖଲ କରି ବିଧାୟକ ହେଲେ କିପରି ?

ସବୁଠାରୁ ବଡ଼ କଥା ହେଉଛି; ପ୍ରଥମେ ୨୦୦୯ ମସିହାରେ ରଘୁରାମ ପଡ଼ାଲ ବିଧାୟକ ପ୍ରାର୍ଥୀ ଭାବେ ନିଜର ଶିକ୍ଷାଗତ ଓ ଜାତିଗତ ପ୍ରମାଣପତ୍ର ଦାଖଲ କରି ନୋମିନେସନ ଫାଇଲ କରିଥିଲେ। ଯେଉଁଥିରେ ସେ ଦଶମ ଶ୍ରେଣୀ ପଢ଼ିଥବା ଓ ଡମ (SC) ବୋଲି ଦର୍ଶାଇ ଥିଲେ। ସେହିପରି ୨୦୧୯ ରେ ସପ୍ତମ ପାସ ଓ ଡମ (SC) ଦର୍ଶାଇ ଥିଲେ। ଏଠାରେ ପ୍ରମାଣିତ ହେଉଛି କି ରଘୁରାମ ପଡ଼ାଲ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଛନ୍ତି। କାରଣ ଜଣେ ବ୍ୟକ୍ତି ୨୦୦୯ ରେ ଦଶମ ଶ୍ରେଣୀ ପଢ଼ିଥିବା ବେଳେ ୨୦୧୯ ରେ କିଭଳି ତଳକୁ ଖସି ସପ୍ତମ ଶ୍ରେଣୀକୁ ଆସିଲେ ? ଏବଂ ସେ ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି। ତାହାର ଯଥେଷ୍ଟ ପ୍ରମାଣ ଅଛି ଓ ସବୁ ତଥ୍ୟ ନିର୍ବାଚନ କମିଶନଙ୍କୁ ଦିଆଯିବ ବୋଲି ଜୟରାମ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି କି; ଆଇନ ଅନୁଯାୟୀ ଜଣେ SC ବର୍ଗର ଲୋକ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବା ପରେ ସାଧାରଣ ବର୍ଗ ଲୋକଙ୍କ ସମକକ୍ଷ ହୋଇଥାଏ।

ତେଣୁକରି ରଘୁରାମ ପଡ଼ାଲ କୋରାପୁଟ ବାସୀଙ୍କ ଆଖିରେ ଧୂଳି ଦେଇ ଦୁଇ ଦୁଇ ଥର ନିଜର ଜାଲ ଜାତିଗତ ପ୍ରମାଣପତ୍ର ଦାଖଲ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ନିଜର ଅର୍ଥବଳ, ବାହୁବଳ ଏବଂ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଏହାର ଉପଯୁକ୍ତ ତଦନ୍ତ କେହି କରୁନାହାନ୍ତି ବୋଲି ଜୟରାମ ଅଭିଯୋଗ କରିବା ସହ କୋରାପୁଟ ନିର୍ବାଚନ ମଣ୍ଡଳୀରେ ବହୁତ ଭଲ ଭଲ ଲୋକ ବିଧାୟକ ହେବା ପାଇଁ ଅଛନ୍ତି କିନ୍ତୁ ସେମାନଙ୍କୁ ସୁଯୋଗ ନ ଦିଆଯାଇ, ରଘୁରାମଙ୍କୁ ବାରମ୍ବାର ଟିକେଟ ଦେବା ପଛରେ କଣ ରହସ୍ୟ ଅଛି ବୋଲି ମଧ୍ୟ ଜୟରାମ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ଏହିସବୁ କଥାର କୌଣସି ସତ୍ୟାସତ୍ୟ ନାହିଁ ଓ ମୁଁ କିଛି ଜାଲ ପ୍ରମାଣପତ୍ର ଦେଇନାହିଁ କି କିଛି ଭୁଲ କରିନାହିଁ ବୋଲି ରଘୁରାମ ପଡ଼ାଲ କହିବା ସହ ଜୟରାମ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି କହିଛନ୍ତି।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights