ଫ୍ରେଞ୍ଚ ଓପନ୍ ଟାଇଟଲ ହାସଲ କଲେ ସାତ୍ଵିକ ଓ ଚିରାଗ: ଦ୍ୱିତୀୟ ଥର ପାଇଲେ ବଡ଼ ସଫଳତା…

👇खबर सुनने के लिए प्ले बटन दबाएं

ଫ୍ରେଞ୍ଚ ଓପନ୍ ଟାଇଟଲ ହାସଲ କଲେ ସାତ୍ଵିକ ଓ ଚିରାଗ: ଦ୍ୱିତୀୟ ଥର ପାଇଲେ ବଡ଼ ସଫଳତା…

K7khabar: ଚାଇନିଜ୍ ତାଇପେଙ୍କୁ ହରାଇ ଫ୍ରେଞ୍ଚ ଓପନ୍ ଟାଇଟଲ ହାସଲ କଲେ ସାତ୍ଵିକ ଓ ଚିରାଗ। ଦ୍ୱିତୀୟ ଥର ପାଇଁ ହାସଲ କଲେ ବଡ଼ ସଫଳତା। ଭାରତର ତାରକା ବ୍ୟାଡମିଣ୍ଟନ୍ ଯୋଡ଼ି ସାତ୍ଵିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚାଇନିଜ୍ ତାଇପେ ଲି.ଜେ ହୁଇ ଏବଂ ୟାଙ୍ଗ.ପୋ ହୁସୁଆନ୍‌ ଯୋଡ଼ିଙ୍କୁ ସିଧାସଳଖ ଭାବେ ୨୧-୧୧ ଏବଂ ୨୧-୧୭ ସେଟରେ ହରାଇ ଦ୍ୱିତୀୟ ଥର ପାଇଁ ଫ୍ରେଞ୍ଚ ଓପନ୍ ପୁରୁଷ ଡବଲସ ବର୍ଗରେ ଚାମ୍ପିଅନ୍ ହୋଇଛନ୍ତି ।୨୦୨୨ ବିଜେତା ଏବଂ ତୃତୀୟ ଥର ଫାଇନାଲ ଖେଳୁଥିବା ଭାରତୀୟ ଯୋଡି ପ୍ରଥମ ସେଟରେ ୨୧-୧୧ ବ୍ୟବଧାନରେ ଜିତି ପୁରା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ।

ଆରମ୍ଭରୁ ଦୁଇପକ୍ଷ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା, ଜହାଯୋଗୁଁ ପ୍ରଥମ ସେଟରେ ୫-୫ ସ୍କୋର ସମାନ ରହିଥିଲା। କିନ୍ତୁ ସେହିଠାରୁ ଭାରତୀୟ ଯୋଡ଼ି ନିଜର ସ୍କୋର ବ୍ୟବଧାନ ବଢ଼ାଇ ଚାଲିଲେ ଏବଂ ପ୍ରଥମ ସେଟ୍‌କୁ ୨୧-୧୧ ବ୍ୟବଧାନରେ ଜିତି ଯାଇଥିଲେ। ସେହିପରି ଦ୍ୱିତୀୟ ସେଟ ଭାରତୀୟ ଯୋଡ଼ିଙ୍କ ପାଇଁ ତୁଳନାତ୍ମକ ଭାବେ କଠିନ ଥିଲା, ଯାହାଫଳରେ କି ମଧ୍ୟବର୍ତ୍ତୀକାଳୀନ ବ୍ରେକ୍‌ ସମୟରେ ସ୍କୋର ୯-୧୧ ରେ ରହିଥିଲା। କିନ୍ତୁ ବ୍ରେକ୍‌ ପରେ ସାତ୍ଵିକ-ଚିରାଗ ଯୋଡ଼ି କଡ଼ା ଟକ୍କର ଦେଇ ଦ୍ୱିତୀୟ ସେଟ୍‌କୁ ମଧ୍ୟ ୨୧-୧୭ ବ୍ୟବଧାନରେ ଜିତି ଯାଇଥିଲେ।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights