ଆନ୍ତର୍ଜାତୀୟ ମହିଳା ଦିବସ ଓ ମହିଳାଙ୍କ ଉପରେ ରାଜନୀତିର କୁପ୍ରଭାବ…

👇खबर सुनने के लिए प्ले बटन दबाएं

ଆନ୍ତର୍ଜାତୀୟ ମହିଳା ଦିବସ ଓ ମହିଳାଙ୍କ ଉପରେ ରାଜନୀତିର କୁପ୍ରଭାବ…

K7khabar: ଆନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ଶକ୍ତିଙ୍କୁ ସାଦର ଅଭିନନ୍ଦନ ଓ ଶୁଭେଚ୍ଛା। ଜାତିସଂଘ ପ୍ରଥମେ ୧୯୭୫ ମସିହାରେ ମହିଳା ଦିବସ ପାଳନ ଆରମ୍ଭ କରିଥିଲା। ପରେ ୧୯୭୭ ମସିହାଠାରୁ ବିଧିବଦ୍ଧ ଭାବେ ମହିଳାଦିବସ ସାରା ବିଶ୍ବରେ ପାଳିତ ହୋଇଆସୁଛି ଏବଂ ଜାତିସଂଘର ମାନ୍ୟତା ପରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି।

ଚଳିତ ବର୍ଷର ପ୍ରସଙ୍ଗ ହେଉଛି ମହିଳା ମାନଙ୍କଠାରେ ବିନିଯୋଗ, ପ୍ରଗତି ଓ ତ୍ଵରାନ୍ବିତ। ଏହା ମହିଳା ଏବଂ ବାଳିକାଙ୍କ ସଶକ୍ତୀକରଣ ଏବଂ ସୁସ୍ଥ ଜୀବନଯାପନ ଅଧିକାର ଉପରେ ଗୁରୁତ୍ଵାରୋପ କରୁଛି। ଏହାର ମୂଳ ଲକ୍ଷ୍ଯ ହେଉଛି ମହିଳାଙ୍କୁ ସାମାଜିକ ଓ ଆର୍ଥିକ ଭାବେ ସକ୍ଷମ କରିବା। ମହିଳାଙ୍କୁ ସଶକ୍ତ କରିବା ସହ ଶିକ୍ଷା, ରୋଜଗାର ଏବଂ ରାଜନୀତିରେ ସେମାନଙ୍କ ସମାନ ଅଂଶୀଦାରକୁ ବୃଦ୍ଧି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। କିନ୍ତୁ ଆଜିକା ଦିନରେ ରାଜନୈତିକ ଦଳ ମାନେ ନିଜର ସ୍ଵାର୍ଥ ନିମିତ୍ତ ମହିଳା ମାନଙ୍କୁ ବିଭିନ୍ନ ମାଧ୍ୟମରେ ପ୍ରଲୋଭିତ ଓ ବ୍ୟବହାର କରି ସେମାନଙ୍କର ଆର୍ଥିକ ଏବଂ ସାମାଜିକ ଉନ୍ନତି କ୍ଷେତ୍ରରେ ବାଧକ ସାଜିଛନ୍ତି। ମଧ୍ୟବିତ୍ତରୁ ତଳସ୍ତର ପଯ୍ୟନ୍ତ ସମସ୍ତ ମହିଳା ମାନେ ସରକାରଙ୍କ ବିଭିନ୍ନ ସ୍ଵାର୍ଥ ମୂଳକ ଯୋଜନା ଯୋଗୁଁ ଭ୍ରମିତ ହୋଇ ସାମାଜିକ କ୍ଷେତ୍ରରେ ନିଜ ନିଜ ଭିତରେ ମନମାଳିନ୍ୟ ସୃଷ୍ଟି ହେବା ସହ ବିଭିନ୍ନ କ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉ ଥିବାର ଦୃଷ୍ଟିକୁ ଆସୁଛି।

ଆଜି ଭାରତବର୍ଷରେ ଆନ୍ତର୍ଜାତୀୟ ମହିଳା ଦିବସର ମହତ୍ଵ ଲଗାତାର ବଢିବାରେ ଲାଗିଛି। ମହିଳାଙ୍କ ଜୀବନକୁ ପ୍ରଭାବିତ କଲାଭଳି ପ୍ରସଙ୍ଗ ବିଷୟରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଉଛି। ଅବଶ୍ୟ କିଛିକାଂଶରେ ମହିଳାଙ୍କର ଉନ୍ନତି ଘଟିଛି। କିନ୍ତୁ ଆଜିବି କେଉଁଠି ନା କେଉଁଠି ମହିଳା ମାନଙ୍କର ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଉପଯୁକ୍ତ ମାର୍ଗ ନିର୍ଦ୍ଧାରଣରେ ଭୁଲ ତୃଟି ରହୁଛି। ଯାହାଯୋଗୁଁ କି ମହିଳାଙ୍କର ପ୍ରକୃତ ଉନ୍ନତି ହୋଇ ପାରୁନାହିଁ।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights