ଜଣଙ୍କର ସ୍ବାର୍ଥ ପାଇଁ ରାଜ୍ୟକୁ ବଳୀ; ନେତାଙ୍କ ସହ ରାଜ୍ୟବାସୀ ଦାୟୀ…

👇खबर सुनने के लिए प्ले बटन दबाएं

ଜଣଙ୍କର ସ୍ବାର୍ଥ ପାଇଁ ରାଜ୍ୟକୁ ବଳୀ; ନେତାଙ୍କ ସହ ରାଜ୍ୟବାସୀ ଦାୟୀ…

K7khabar: ଜଣଙ୍କର ସ୍ଵାର୍ଥ ପାଇଁ ରାଜ୍ୟକୁ ବଳୀ ପକାଉଛନ୍ତି ଖୋଦ ରାଜ୍ୟବାସୀ ଏବଂ ନେତା। ଲେଖିବାର ତାତ୍ପର୍ଯ୍ୟ ହେଉଛି; ଆମେ ବର୍ତ୍ତମାନ ଏତେ ସ୍ବାର୍ଥପର ହୋଇ ଗଲୁଣି କି, ଆମେ ନିଜେ ରହୁଥିବା ଆମ ନିଜ ଜନ୍ମମାଟି ବା ଆମ ନିଜ ରାଜ୍ୟର ସ୍ଵାର୍ଥକୁ ଜଳାଞ୍ଜଳି ଦେଇ ସାରିଲେଣି। ଆଗପଛ କିଛି ବିଚାର ନକରି, ସମସ୍ତେ ମିଶି ଓଡ଼ିଶାକୁ ବାହାର ରାଜ୍ୟର ଜଣକ ହାତକୁ ଟେକି ଦେଇଛନ୍ତି। କେବେ କେହି ଚିନ୍ତା ବି ଟିକେ କରୁ ନାହାନ୍ତି କି; ଭବିଷ୍ୟତରେ ଏହାର ପରିଣତି କ’ଣ ହେବ!

ଆମେ ଆଜି ନିଜକୁ ନିଜେ ପ୍ରଶ୍ନ ପଚାରିବା ଆବଶ୍ୟକ; ଜଣେ ବାହାର ରାଜ୍ୟର ବ୍ୟକ୍ତି, ବିନା କିଛି ସ୍ଵାର୍ଥରେ ଓଡ଼ିଶାର ଉନ୍ନତି କଥା ଚିନ୍ତା କରୁଛି କାହିଁକି ? ପ୍ରଶାସକ ନାଁରେ ଓଡ଼ିଶାକୁ ଆସି ଧୀରେ ଧୀରେ ରାଜ୍ୟର ଶାସନକୁ ହାତ ମୁଠାକୁ ନେବା ଏବଂ ରାଜ୍ୟର ସାଧାରଣ, ସରଳ ବିଶ୍ଵାସୀ ଲୋକ ମାନଙ୍କୁ ଭୂତେଇ ଭଣ୍ଡେଇ ସାରା ଓଡ଼ିଶାକୁ ନିଜ ଇସାରାରେ ନଚାଇବା ପଛରେ ଆମେ ନିଜେ ହିଁ ଦାୟୀ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଶାସକ,ପ୍ରଶାସକ,ନେତା ଓ ମନ୍ତ୍ରୀ ଯେଭଳି ମୁଣ୍ଡ ନୁଆଁଇ ଚରଣାର୍ଷିତ ହୋଇ ରହୁଛନ୍ତି ; ଯେମିତିକି ତା ଦୟାରେ ଓଡ଼ିଶାର ଓ ଓଡ଼ଶା ବାସୀଙ୍କର ଭାଗ୍ୟ।

ବର୍ତ୍ତମାନ ଧୀରେ ଧୀରେ ଓଡ଼ିଶାର ପରିସ୍ଥିତି ଏପରି ଦିଗକୁ ଅଗ୍ରସର ହେଉଛି କି; ଦିନ ଆସିବ, ଆମକୁ ଆମ ପରବର୍ତ୍ତୀ ପିଢ଼ି ସମ୍ମୁଖରେ ଉତ୍ତରଦାୟୀ ସାଜିବାକୁ ପଡ଼ିବ। ବିଗତ କିଛିଦିନ ଧରି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଅପବେୟ ହେଉଛି। ଯେଭଳି ଏକ ସୋରୁମର ବାହାର ଓ ଭିତର ଦୃଶ୍ୟ ମଧ୍ୟରେ ପାର୍ଥକ୍ୟ ଥାଏ। ସେହିଭଳି ରାଜ୍ୟର ସାଧାରଣ ଲୋକମାନେ ବାହାରୁ ଶୁଣୁଛନ୍ତି ଓ ଦେଖୁଛନ୍ତି ଗୋଟିଏ କିନ୍ତୁ ଭିତରେ ଆଉ କିଛି ଅଛି ଯାହାକି ଆମ ସାଧାରଣ ସରଳ ଲୋକଙ୍କ ଆଖି କାନ ପାଖକୁ ପହଞ୍ଚି ପାରୁନାହିଁ। ଯାହାର ଫଳ ସ୍ଵରୂପ ଆଜି ସମସ୍ତେ ଅନ୍ଧ ବଧିର ପରି ପ୍ରତ୍ୟେକ କଥାକୁ ବିଶ୍ଵାସ କରି ଚାଲିଛନ୍ତି। ଯାହାର ପରିଣାମ ବହୁତ ମାରାତ୍ମକ ହେବ; ତାହା ତିଳେମାତ୍ର ସନ୍ଦେହ ନାହିଁ !

ବିଗତ ୨୫ବର୍ଷ ଭିତରୁ ପ୍ରଥମ ୨୦ବର୍ଷ ମଧ୍ୟରେ ରାଜ୍ୟର ସ୍ଥିତି ବହୁତ ଭଲ ଥିଲା, କିନ୍ତୁ ଏହି ଶେଷ ୫ବର୍ଷ ମଧ୍ୟରେ ରାଜ୍ୟ ବାସୀଙ୍କୁ ଦେଖାଯାଉଛି ଗୋଟେ ହେଉଛି ଆଉ ଗୋଟେ। ତେଣୁ ରାଜ୍ୟର କଣ ସ୍ଵାର୍ଥ ହାସଲ ହୋଇଛି କି କିଛି ବ୍ୟକ୍ତିଙ୍କର ସ୍ଵାର୍ଥ ହାସଲ ହୋଇଛି ତାହା ସମୟ ହିଁ କହିବ। ହେଲେ କିନ୍ତୁ ବର୍ତ୍ତମାନ ରାଜ୍ୟର ସ୍ଥିତି ଯେତିକି ଭଲ ସେତିକି ଖରାପ ଆଡ଼କୁ ଗତି କରୁଛି। ଯଦି ଏହିପରି ଚାଲେ ତେବେ ଆଗକୁ ଓଡ଼ିଶା ପାଇଁ ବିପଦ ନିଶ୍ଚିତ ! ଯାହା ପାଇଁ କି ଆମେ ଓଡ଼ିଶାବାସୀ ହିଁ ଦାୟୀ ରହିବା।

 

 

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights