ପ୍ରଧାନମନ୍ତ୍ରୀ ମୋଦି ଲୋକାର୍ପିତ କଲେ ବିଶ୍ୱର ଦୀର୍ଘତମ ଟନେଲ: ଏହାର ନାଁ ହେଉଛି “ସେଲା ଟନେଲ”…

👇खबर सुनने के लिए प्ले बटन दबाएं

ପ୍ରଧାନମନ୍ତ୍ରୀ ମୋଦି ଲୋକାର୍ପିତ କଲେ ବିଶ୍ୱର ଦୀର୍ଘତମ ଟନେଲ: ଏହାର ନାଁ ହେଉଛି “ସେଲା ଟନେଲ”…

K7khabar: ଲୋକାର୍ପିତ ହେଲା ବିଶ୍ୱର ସବୁଠୁ ଦୀର୍ଘତମ ଟନେଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠୁ ଦୀର୍ଘତମ ବାଇ-ଲେନ୍‌ ବିଶିଷ୍ଟ ‘ସେଲା ଟନେଲ’କୁ ଉଦ୍‌ଘାଟିତ କରିଛନ୍ତି। ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଏହି ଟନେଲର ଉଦ୍‌ଘାଟନ କରିବା ସହ କହିଛନ୍ତି ‘ସମଗ୍ର ଉତ୍ତର-ପୂର୍ବରେ ବିକାଶ କାର୍ଯ୍ୟ ଚାରି ଗୁଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ବର୍ତ୍ତମାନ ଏକ ବିକଶିତ ରାଜ୍ୟରୁ ଏକ ବିକଶିତ ଦେଶ ପର୍ଯ୍ୟନ୍ତ ଭାରତର ଜାତୀୟ ଉତ୍ସବ ରୂପେ ସମଗ୍ର ଦେଶରେ ଦ୍ରୁତ ଗତିରେ ଜାରି ରହିଛି। ଆଜି ମୁଁ ବିକଶିତ ଉତ୍ତର-ପୂର୍ବର ଏହି ଉତ୍ସବରେ ଉତ୍ତର-ପୂର୍ବର ସମସ୍ତ ରାଜ୍ୟ ସହିତ ମିଳିତ ଭାବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛି।

ପ୍ରତ୍ୟେକ ଦିନ ୫ହଜାର ରୁ ୬ହଜାର ଯାନବାହାନ ବିନା କୌଣସି ଟ୍ରାଫିକ ସମସ୍ୟାରେ ଟନେଲ ଭିତରେ ଚଳପ୍ରଚଳ କରିପାରିବ। ସବୁ ସମୟରେ ଏହି ଟନେଲ କାର୍ଯ୍ୟ କରିବ। ବିଆରଓ ପକ୍ଷରୁ ଏହି ଟନେଲର ନିର୍ମାଣ କରାଯାଇଛି। ଏଥିପାଇଁ ୮୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟନେଲ ଭିତରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ଯାନବାହନ ଚଳ ପ୍ରଚଳ କରିପାରିବ। ଗତ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟନେଲର ଶିଳାନ୍ୟାସ କରିଥିଲେ।

ସେଲା ଟନେଲ ସମୁଦ୍ର ପତନରୁ ୧୩ ହଜାର ଫୁଟ ଉପରେ ନିର୍ମାଣ ହୋଇଛି। ଏହା ଦ୍ୱାରା ଚୀନର ସୀମା ତାୱାଙ୍ଗକୁ ଅତି ସହଜରେ ଓ ସୀମିତ ସମୟରେ ପହଞ୍ଚି ହେବ। ଏଲଓସିର ଅତି ନିକଟକୁ ଯିବା ଆସିବା କରିବା ସହଜ ହେବ। ଏହି ଟନେଲ ଦ୍ଵାରା ଅରୁଣାଚଳ ପ୍ରଦେଶର ଆର୍ଥିକ ଓ ସାମାଜିକ କ୍ଷେତ୍ର ସୁଦୃଢ଼ ହେବାସହ ଭାରତୀୟ ସେନା ପାଇଁ ମଧ୍ୟ ଏହି ଟନେଲ ଅତ୍ୟନ୍ତ ସହାୟକ ହେବ।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights