ଦେଶରେ ଲାଗୁହେଲା CAA, ପ୍ରକାଶ ପାଇଲା ବିଜ୍ଞପ୍ତି…

👇खबर सुनने के लिए प्ले बटन दबाएं

ଦେଶରେ ଲାଗୁହେଲା CAA, ପ୍ରକାଶ ପାଇଲା ବିଜ୍ଞପ୍ତି…

ନୂଆଦିଲ୍ଲୀ,K7khabar: ଗତ ୨୦୧୯ ମସିହାରେ ସିଏଏ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଆଇନରେ ପରିଣତ ହୋଇଥିଲା। କିନ୍ତୁ ସେଥିରେ କ’ଣ ସବୁ ନିୟମ ରଖାଯିବ, କେଉଁ ଦିଗ ପ୍ରତି ଗୁରୁତ୍ବ ଦିଆଯିବ; ସେଗୁଡ଼ିକୁ କେନ୍ଦ୍ର ସରକାର ପ୍ରସ୍ତୁତ କରି ନଥିଲେ। ବର୍ତ୍ତମାନ ସରକାର ସିଏଏ ବା ନାଗରିକତ୍ୱ ସଂଶୋଧନ ଆଇନକୁ ପ୍ରଣୟନ କରିଛନ୍ତି।

ଯାହାକି ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏହାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସିଏଏରେ ବ୍ୟବସ୍ଥିତ ହୋଇଥିବା ଆଇନ ଗୁଡ଼ିକୁ ସାର୍ବଜନୀନ କରିଛନ୍ତି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।ଅର୍ଥାତ ଆଜି ଠାରୁ ଦେଶରେ ସିଏଏ ଲାଗୁ ହୋଇଛି। ଏଣିକି ଭାରତରେ ଶରଣାର୍ଥୀ ଭାବେ ଜୀବନ ବିତାଉଥିବା ଅନ୍ୟ ଦେଶର ଲୋକମାନେ ଭାରତରେ ନାଗରିକତା ପାଇପାରିବେ। କେବଳ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଭାରତର ସରକାର ନାଗରିକତ୍ବ ପ୍ରଦାନ କରିବେ।

ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶ ପ୍ରଭୃତି ଅଞ୍ଚଳରେ ଧାର୍ମିକ ନିର୍ଯାତନା ସହି ନପାରି ଭାରତକୁ ଆସି ଶରଣାର୍ଥୀ ଭାବେ ଜୀବନ ବିତାଉଥିବା ଲୋକଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତ୍ବ ପ୍ରଦାନ କରାଯିବ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ରହୁଥିବା ମୁସଲମାନ ମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ଦେଶର ନାଗରିକଙ୍କୁ ସରକାର ନାଗରିକତ୍ବ ପ୍ରଦାନ କରିବେ।

ସେହିଭଳି ଗତବର୍ଷ ଠାରୁ ଭାରତରେ ରହୁଥିବା ଶରଣାର୍ଥୀ ଏବଂ ଗତ ୧୪ ବର୍ଷ ମଧ୍ୟରେ ଅନ୍ୟୁନ ୫ବର୍ଷ ଭାରତରେ ଜୀବନ ବିତାଇଥିବା ଲୋକଙ୍କୁ ମଧ୍ୟ ନାଗରିକତ୍ବ ପ୍ରଦାନ କରାଯିବ। ଏହି ସିଏଏ ଆଇନରେ ଆସାମ, ମେଘାଳୟ , ମିଜୋରାମ ଏବଂ ତ୍ରିପୁରାର ଆଦିବାସୀ ଅଞ୍ଚଳକୁ ବାଦ ଦିଆଯାଇଛି।

1 thought on “ଦେଶରେ ଲାଗୁହେଲା CAA, ପ୍ରକାଶ ପାଇଲା ବିଜ୍ଞପ୍ତି…”

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights