ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ପରିଚାଳନା ପାଇଁ ଶୂନ୍ୟ ଶହନଶୀଳତା, ସାମାନ୍ୟ ତୃଟିକୁ ବି କରାଜୀବନି ଅଣଦେଖା…

👇खबर सुनने के लिए प्ले बटन दबाएं

ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସାମାନ୍ୟ ତୃଟିକୁ କରା ଯିବନି ଅଣଦେଖା…

ଭୁବନେଶ୍ୱର,k7khabar: ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ପରିଚାଳନାରେ ଅବଲମ୍ବନ କରାଯିବ ଶୂନ୍ୟ ସହନଶୀଳତା। ଗତକାଲି ପରୀକ୍ଷା ପରିଚାଳନାର ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ସମୀକ୍ଷା କରିଛନ୍ତି । ପରୀକ୍ଷା ପରିଚାଳନାରେ ସାମାନ୍ୟ ତୃଟିକୁ ବି ବରଦାସ୍ତ କରାଯିବ ନାହିଁ ।

ଜିରୋ ଟଲରାନ୍ସ ଭାବେ ସର୍ବାଧିକ ଗୁରୁତ୍ବ ଦେବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରରେ କଡ଼ା ସୁରକ୍ଷାରେ ଯତ୍ନର ସହ ରଖିବାକୁ କୁହାଯାଇଛି । ପରୀକ୍ଷା ସେଣ୍ଟରରେ ନିୟୋଜିତ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସୁପରିଟେଣ୍ଡେଣ୍ଟମାନେ ପ୍ରଶ୍ନପତ୍ର ଗ୍ରହଣ କରିବେ । ପରୀକ୍ଷାଠାରୁ ମୂଲ୍ୟାୟନ ଯାଏ ସବୁ କାର୍ଯ୍ୟ ନିର୍ଭୁଲ ଭାବରେ ପରିଚାଳନା କରାଯିବ ।

ପରୀକ୍ଷା ଦାୟିତ୍ବରେ ଥିବା ଶିକ୍ଷା ଅଧିକାରୀ, ବିଭାଗୀୟ ଅଧିକାରୀ, ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ପରାମର୍ଶ ଦିଆଯାଇଛି । ସିସିଟିଭି, ଲାଇଭ୍ ସିସିଟିଭି ଷ୍ଟ୍ରିମିଂ ସହ ପ୍ରତି କେନ୍ଦ୍ରରେ ପର୍ଯ୍ୟବେକ୍ଷକ, ପୋଲିସ ବାହିନୀ ମୁତୟନ, ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ସହ ପରୀକ୍ଷା ସୁପରିଚାଳନା କରାଯିବ। ସମସ୍ତ ବ୍ୟବସ୍ଥାର ତଦାରଖ ସଠିକ ଭାବେ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି। ସୂଚନା ଅନୁଯାୟୀ ଆସନ୍ତା ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ହେଉଥିବା ବେଳେ ୨୦ ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ଶିକ୍ଷା ବର୍ଷରେ ୫ ଲକ୍ଷ ୬୨ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ, ଯୁକ୍ତ ଦୁଇ ପରୀକ୍ଷା ଦେବେ ୩ ଲକ୍ଷ ୬୮ ହଜାର ଛାତ୍ରଛାତ୍ରୀ ।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights