ଇତିହାସ ରଚିଲେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ: ଫାଇନାଲରେ ଜିତିଲେ ବ୍ୟାଡମିଣ୍ଟନ ଏସିଆ ଟିମ ଚାମ୍ପିଆନସିପ ୨୦୨୪…

👇खबर सुनने के लिए प्ले बटन दबाएं

ଇତିହାସ ରଚିଲେ ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ଟିମ…

K7khabar ବ୍ୟୁରୋ: ମାଲେସିଆର ଶାହ ଆଲମରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଥାଇଲାଣ୍ଡକୁ ୩-୨ରେ ହରାଇ ବ୍ୟାଡମିଣ୍ଟନ ଏସିଆ ଟିମ୍‌ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟ ଟାଇଟଲ ହାସଲ କରିଛି ଭାରତ। ଇତିହାସରେ ପ୍ରଥମ ଥର ପାଇଁ ବ୍ୟାଡମିଣ୍ଟନ ଏସିଆ ଟିମ ଚମ୍ପିଆନସିପ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ ମହିଳା ଦଳ। ଏହାପୂର୍ବରୁ କୌଣସି ପୁରୁଷ କିମ୍ବା ମହିଳା ବ୍ୟାଡ଼ମିଣ୍ଟନ ଦଳ ଫାଇନାଲରେ ପ୍ରବେଶ କରି ପାରିନଥିଲେ। କିନ୍ତୁ ଏଥର ସେମି ଫାଇନାଲରେ ଜାପାନକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା ଭାରତ।

ଜାପାନକୁ ୩-୨ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆର ମହିଳା ବ୍ୟାଡମିଣ୍ଟନ ଦଳ। ସେମି ଫାଇନାଲ ମ୍ୟାଚରେ ଭାରତ ଏବଂ ଜାପାନ ମୁହାଁମୁହିଁ ହୋଇଥିଲେ, ଏହି ମ୍ୟାଚରେ ବିଶ୍ୱର ୨୩ ନମ୍ବର ଭାରତୀୟ ଯୋଡି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ପ୍ରଥମେ ଡବଲ୍ସ ଜିତିଥିଲେ। ପରେ ବିଶ୍ୱର ୫ ନମ୍ବର ମାନ୍ୟତା ପ୍ରାପ୍ତ ଅସ୍ମିତା ଚଲିହା ଭାରତକୁ ସିଙ୍ଗଲ୍ସରେ ବିଜୟୀ କରାଇଥିଲେ।ଫାଇନାଲରେ ପିଭି ସିନ୍ଧୁ, ଗାୟତ୍ରୀ ଗୋପୀଚାନ୍ଦ, ତ୍ରିଶା ଜଲି ଏବଂ ଅନମୋଲ ଖରବ ନିଜ ନିଜ ମ୍ୟାଚ ଜିତିଥିଲେ ।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights